spot_img

ଚଳିତ ବର୍ଷ ପେପରଲେସ ହେବ ରାଜ୍ୟ ବଜେଟ ଅଧିବେଶନ

ଭୁବନେଶ୍ୱର: ବିଧାନସଭାରେ ଚଳିତ ବର୍ଷ ପେପରଲେସ ବଜେଟ ଆଗତ ହେବ   ଲୋକସଭାରେ ଯେପରି ଚଳିତବର୍ଷ ପେପରଲେସ ବଜେଟ ଆଗତ ହୋଇଛି ଠିକ ସେହିପରି ବିଧାନସଭାରେ ମଧ୍ୟ ପେପରଲେସ ବଜେଟ ଆଗତ ହେବା ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଫେବୃୟାରୀ ୧୮ରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ କିନ୍ତୁ ଚଳିତ ଅଧିବେଶନର ସମସ୍ତ ଗାଇଡଲାଇନ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି କୋଭିଡ ସମୟରେ ପ୍ରଶ୍ନକାଳ ଉଚ୍ଛେଦ ହୋଇଥିବା ବେଳେ ବଜେଟ ଅଧିବେଶନରେ କିନ୍ତୁ ପ୍ରଶ୍ନକାଳ ପୂର୍ବ ପରି ରହିବା

ସେହିପରି ଚଳିତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଥିବା ପ୍ରତିକ୍ରିୟାରେ କହିଛନ୍ତି ବାଚସ୍ପତି ସେହିପରି ପୂର୍ବ ଢାଞ୍ଚାରେ ଚାଲିବ ବିଧାନସଭା କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ କିନ୍ତୁ ଲକ୍ଷଣ ଥିଲେ ଆଣ୍ଟିଜେନ ଟେଷ୍ଟ କରାଯିବ ସେପଟେ ବଜେଟ ଅଧିବେଶନରେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯିବା ସହ ପ୍ରତିଦିନ ବିଧାନସଭାକୁ ସାନିଟାଇଜ କରାଯିବ ବୋଲି କହିଛନ୍ତି ବାଚତସ୍ପତି ସୂର୍ଯ୍ୟନାରାୟଣ ପାତ୍ର

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular