spot_img

୮ରୁ ନବମ ଓ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ବର : ଫେବ୍ରୁଆରି ୮ରୁ ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ। ରାଜ୍ୟରେ ଥିବା ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକରେ ଗୋଟିଏ ଦିନରେ କ୍ଲାସରୁମ୍ ପାଠପଢ଼ା ଆରମ୍ଭ ହେବ। ଉକ୍ତ ଦୁଇ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ ପାଠପଢ଼ା ଏପ୍ରିଲ ୩୦ ପର୍ୟ୍ୟନ୍ତ ଜାରି ରହିବ। ସୋମବାରରୁ ଶନିବାର ପର୍ୟ୍ୟନ୍ତ ପ୍ରତିଦିନ ସକାଳ ସାଢ଼େ ୮ଟାରୁ ସାଢ଼େ ୧୦ଟା ପର୍ୟ୍ୟନ୍ତ ଦୁଇ ଘଣ୍ଟା ଧରି ପାଠପଢ଼ା ହେବ ଏବଂ ପ୍ରତିଦିନ ୩ଟି ପିରିଅଡ କରାଯିବ। ରବିବାର କ୍ଲାସ ହେବ ନାହିଁ। ତେବେ ସ୍ଥାନୀୟ ଅଞ୍ଚଳର ପାଣିପାଗକୁ ଦେଖି କ୍ଲାସର ସମୟରେ ପରିବର୍ତନ କରାଯାଇପାରେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି। ଦଶମ ଓ ଦ୍ବାଦଶ ଶ୍ରେଣୀ ଲାଗି ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନ ପୂର୍ବଭଳି ଜାରି ରହିବ ଏବଂ ରବିବାର କ୍ଲାସ ହେବ। ତେବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏଣିକି ପୂର୍ବାହ୍ନ ୧୧ଟାରୁ ଅପରାହଣ ୪ଟା ପର୍ୟ୍ୟନ୍ତ ଚାଲିବ। ଏହି ସମୟ ମଧ୍ୟରେ ୭ଟି ପିରିଅଡ କ୍ଲାସ କରାଯିବ। ଅପରାହଣ ୧ଟା ୪୦ରୁ ୨ଟା ୧୦ ପର୍ୟ୍ୟନ୍ତ ମଧ୍ୟାହ୍ନଭୋଜନ ଛୁଟି ହେବ। ୯ମ ଓ ଏକାଦଶ ଶ୍ରେଣୀରେ ମଧ୍ୟାହ୍ନଭୋଜନ ଛୁଟି ରହିବ ନାହିଁ। ସିଫ୍ଟ ଆରମ୍ଭ ହେବାର ୩୦ ମିନିଟ ପୂର୍ବରୁ ଶିକ୍ଷକ/ଶିକ୍ଷୟିତ୍ରୀ ସ୍କୁଲରେ ରିପୋର୍ଟିଂ କରିବେ। ପିରିଅଡ ଗୁଡ଼ିକର ଆଲଟମେଣ୍ଟ ଏମିତି ହେବ, ଯେମିତି ପ୍ରଥମ ସିଫ୍ଟରେ ବିଦ୍ୟାଳୟକୁ ଆସିଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ କ୍ଲାସ୍ ଅପରାହଣ ସାଢ଼େ ୧ଟା ସୁଦ୍ଧା ସରିବ। ଦ୍ବିତୀୟ ସିଫ୍ଟର ଶିକ୍ଷକ/ଶିକ୍ଷୟିତ୍ରୀ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଡ୍ୟୁଟି କରିବେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular