ରାଜକନିକା: ଗତକାଲି ବିଳମ୍ବିତ ରାତ୍ରିରେ ରାଜକନିକା କଣ୍ଟପଡା ବଜାରରୁ ସିରିଜ ଚୋରି ହୋଇଥିବା ଜଣା ପଡିଛି । ଗୋଟାଏ ରାତିରେ ଲୁଟେରା ମାନେ ସମାନ ଢଙ୍ଗରେ ଆଜବେଷ୍ଟ ଓ ସିଲିଙ୍ଗ ତାଡି ଗୋଟାଏ ସୁନା ଦୋକାନ,ଗୋଟାଏ ସାନିଟାରୀ ଦୋକାନ ଓ ଦୁଇଟି ରାସନ ଦୋକାନରୁ କରିଛନ୍ତି ଲୁଟ।ତେବେ ବିଭିନ୍ନ ଦୋକାନରୁ ଚୋରିହୋଇଥିବା ସୁନା ଓ ଟଙ୍କାକୁ ମିଶାଇ ସାତଲକ୍ଷରୁ ଉର୍ଦ୍ଧ ହେବାର ଅନୁମାନ କରାଯାଉଛି । ତେବେ ଏନେଇ ରାଜକନିକା ପୋଲିସ କଣ୍ଟପଡା ବଜାରରେ ପହଞ୍ଚି ଅଧିକ ତଦନ୍ତ କରିବା ସହିତ ଚୋରମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।



Visitors Today : 2
Total Visitors : 130168
Total Views : 9891614
Visitors Online Now : 0