spot_img

ଏଥର ଆରଟିଓ ଅଫିସରେ ସ୍ମାର୍ଟ ଧାଡିରେ ଛି଼ଡା ହେବେ ଲୋକ

ଭୁବନେଶ୍ୱର: ଆରଟିଓ ଅଫିସରେ ଆଉ ଲାଗିବନି ଲମ୍ବା ଧାଡ଼ି। ଡ୍ରାଇଭିଂ ଲାଇସେନ୍ସ କିମ୍ବା ଅନ୍ୟ କାମ ପାଇଁ ଲୋକଙ୍କୁ ଅଧିକ ସମୟ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି । ଏଥିପାଇଁ ଲୋକଙ୍କୁ ସ୍ମାର୍ଟ ଧାଡ଼ିରେ ଛିଡ଼ା କରାଇବାକୁ ରାଜ୍ୟ ପରିବହନ ବିଭାଗ ପଦକ୍ଷେପ ଗ୍ରହଣ କରିଛି। ଶୀଘ୍ର ଓ ସହଜ କାମ ଲାଗି ଲୋକଙ୍କୁ ସ୍ମାର୍ଟ ଧାଡିରେ ଛି଼ଡା କରାଇବାର ନୂଆ ଯୋଜନା କରିଛି ରାଜ୍ୟ ପରିବହନ ବିଭାଗ । ଏନେଇ ନ୍ୟାସନାଲ ସ୍ମଲ ଇଣ୍ଡିଷ୍ଟ୍ରିଜ କୋର୍ପୋରେସନ ସହ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି । ପ୍ରଥମ ପର୍ୟ୍ୟାୟରେ ଅନୁଗୁଳ, ବାଲେଶ୍ୱର, ଭାଦ୍ରକ, ଭୁବନେଶ୍ୱର-୧, କଟକ, ଗଞ୍ଜାମ, ପୁରୀରେ ଆରମ୍ଭ କରାଯିବ । ଲୋକଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଆରଟିଓ ଅଫିସରେ କୌଣସି କାମ ଥିଲେ ସେମାନେ ଅନଲାଇନରେ ଗୋଟିଏ ସ୍ଲଟ ବୁକିଂ କରିପାରିବେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular