ଜୟପୁର: ଦିଲ୍ଲୀର ମହିଳା ସାମ୍ବାଦିକ ରୋହିଣୀ ସିଂହଙ୍କୁ ଟୁଇଟ କରି ତାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବାକୁ ଧମକ ଦେଇଥିବା ୨୬ ବର୍ଷୀୟ ଆଇନ ଛାତ୍ର କପିଲ ସିଂହଙ୍କୁ ଗିରଫ କରିଛି ଉଦୟପୁର ପୁଲିସ। ମହିଳା ସାମ୍ବାଦିକ ଜଣକ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ପୁଲିସକୁ ଧମକ ଦେଇଥିବା ଛାତ୍ରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଯାହା ପରେ ଉଦୟପୁର ପୁଲିସ ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି। ଏ ନେଇ ଉଦୟପୁର ଆଇଜି ସତ୍ୟବୀର ସିଂହ କହିଛନ୍ତି, ମହିଳା ସାମ୍ବାଦିକଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପାଇଁ ଧମକ ଦେବା ଅଭିଯୋଗରେ ଉଦୟପୁରର ୨ୟ ବର୍ଷ ଆଇନ ଛାତ୍ର କପିଲ ସିଂହଙ୍କୁ ଗିରଫ କରାଯାଇଛି। କପିଲ ସିଂହ ଯେଉଁ ଟୁଇଟ କରି ଧମକ ଦେଇଥିଲେ, ତାକୁ ମହିଳା ସାମ୍ବାଦିକ ଜଣକ ଟ୍ୟାଗ୍ କରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ଉଦୟପୁର ପୁଲିସକୁ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଯାହା ପରେ ଉଦୟପୁର ପୁଲିସ୍ ତୁରନ୍ତ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲା। ଗିରଫ ପରେ ଅଭିଯୁକ୍ତ କପିଲ ସିଂହଙ୍କୁ ପଚରାଉଚରା ଜାରି ରହିଛି।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0