ମକର ସଙ୍କ୍ରାନ୍ତିରେ ଯେତେବେଳେ ସୁର୍ଯ୍ୟ ଏବଂ ଚନ୍ଦ୍ର ବିଛା ରାଶିରେ ପ୍ରବେଶ କରନ୍ତି ଏବଂ ବୃହସ୍ପତି ମେଶ ରାଶିରେ ପ୍ରବେଶ କରନ୍ତି । ସେହି ଯୋଗକୁ ‘ କୁମ୍ଭ ସ୍ନାନ-ଯୋଗ’ କୁହାଯାଏ । ଏହି ଦିନଟି ଏକ ବିଶେଷ ଦିନ ବୋଲି ବିବେଚନା କରାଯାଏ । କାରଣ ଏହି ଦିନ ପୃଥିବୀର ଦ୍ୱାର ଉଚ୍ଚସ୍ଥାନ ପାଇଁ ଖୋଲା ହୋଇଥାଏ । ଏହି ଦିନ ସ୍ନାନକଲେ ଆତ୍ମା ଅଧିକ ବାସ୍ତବତା ହାସଲ କରିବାକୁ ସ୍ଥିର କରିଥାଏ । ହିନ୍ଦୁ ଧର୍ମରେ ଏହି ଦିନର ବହୁତ ମହତ୍ମା ରହିଛି । ‘ଅର୍ଦ୍ଧ’ ଶବ୍ଦର ଅର୍ଥ ‘ଅଧା’ ସେଥିପାଇଁ ବାର ବର୍ଷ ମଧ୍ୟରେ ଅନୁଷ୍ଠିତ ସଂପୁର୍ଣ୍ଣ କୁ୍ମ୍ଭ ମଧ୍ୟରେ ୬ବର୍ଷ ପରେ ଅର୍ଦ୍ଧ କୁମ୍ଭ ଧରାଯାଏ । ହରିଦ୍ୱାରର ଶେଷ କୁମ୍ଭ ୧୯୯୮ ମସିହାରେ ହୋଇଥିଲା ।

ପୁରାଣ ଅନୁଯାୟୀ, କ୍ଷୀର ସାଗରର ଘୁଞ୍ଚିବା ସମୟରେ ସମୁଦ୍ରରୁ ଏକ ଅମୃତ କଳସ ବାହାରିଥିଲା । ଯାହାକୁ ପିଇବା ପାଇଁ ଦେବତା ଏବଂ ଅସୁର ମାନଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା । ଏହି ଯୁଦ୍ଧ ସମୟରେ ପୃଥିବୀର ଚାରୋଟି ସ୍ଥାନରେ ( ପ୍ରୟାଗରାଜ, ହରିଦ୍ୱାର,ନାଶିକ, ଉଜ୍ଜେନ) କଳାଶରୁ ଅମୃତ ବାହାରି ଏହି ସବୁ ସ୍ଥାନରେ କିଛି ଛିଟା ପଡ଼ିଥିଲା । ସେହି ସମୟରେ ଚନ୍ଦ୍ରମା ଅମୃତକୁ ରକ୍ଷା କରିବା, ସୁର୍ଯ୍ୟ ଦେବତାଙ୍କୁ ଅସୁର ମାନଙ୍କ ଦ୍ୱାରା ହରଣଚାଳ ନହେବା , ଏବଂ ଶନି ଦେବତାଙ୍କ ଭୟରୁ ଦେବତାଙ୍କୁ ରକ୍ଷା କରିଥିଲେ । ମତଭେଦକୁ ଶାନ୍ତ କରିବା ପାଇଁ ଭଗବାନ ବିଷ୍ଣୁ ମୋହିନୀଙ୍କ ରୁପ ନେଇ ସମସ୍ତଙ୍କୁ ଅମୃତ ବାଣ୍ଟିଲେ । ସେ ଛଳନା କରି ସମସ୍ତ ଦେବତାଙ୍କୁ ଅମୃତ ବାଣ୍ଟିଲେ । ଏହିପରି ଭାବରେ ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ସମାପ୍ତ ହୋଇଥିଲା । ଏହା ପୁର୍ବରୁ ୧୯୩୮ ମସିହାରେ, ଏହି କୁମ୍ଭ ଏକାଦଶ ବର୍ଷ ପରେ ଅନୁଷ୍ଠିତ ହୋଇଥିଲା । ଚଳୀତ ବର୍ଷର କୁମ୍ଭ ମେଳା ପାଇଁ ଉତ୍ତରାଖଣ୍ଡ ସରକାର ମହାକୁମ୍ଭ ସଂଗଠନର କେନ୍ଦ୍ର ସହ ଆଲୋଚନା କରିଛନ୍ତି । ଏଥିରେ କୋଭିଡ଼-୧୯କୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କୁ ମହାପୁରର ଏସ.ଓ.ପି ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡ଼ିକାଲ ରିସର୍ଚ୍ଚ କରୋନା ସମୟରେ କୁମ୍ଭ ମେଳା ଉପରେ ଚିନ୍ତା ପ୍ରକଟ କରିଛନ୍ତି ।

ନିୟମ ଅନୁଯାୟୀ କୁମ୍ଭ ମେଳାରେ ମହାକୁମ୍ଭ ସ୍ନାନ ପାଇଁ ଇଚ୍ଛା, ସେମାନଙ୍କ କୋଭିଡ଼ ପରୀକ୍ଷା କରିବାପରେ ଆସିବାକୁ ନିଦେ୍ର୍ଦଶ । ଏହାସହ ସମସ୍ତଙ୍କ ପାଇଁ ମାକ୍ସ ବ୍ୟବହାର୍ଯ୍ୟ ବାଧୃତାମୁଳକ । ସାମାଜିତ ଦୁରତା ବଜାୟ ରଖିବା ପାଇଁ ପ୍ରଶାସନ ଦ୍ୱାରା ଆବେଦନ କରାଯାଇଛି । ମାକ୍ସ ଏବଂ ସାମାଜିକ ଦୂରତା ଅନୁସରଣ କରିବା କୁମ୍ବମେଳାରେ ବହୁ କଷ୍ଟସାଧ୍ୟ କିନ୍ତୁ ଏହାକୁ ଅପିଲ କରାଯାଉଛି, ବୋଲି ମେଳାର ଆଇ.ଜି ସଞ୍ଜୟ ଗୁଞ୍ଜୟାଲ ପ୍ରକାଶ କରିଛନ୍ତି ।




Visitors Today : 2
Total Visitors : 130168
Total Views : 9891613
Visitors Online Now : 0