spot_img

ପୋଲିଓ ବୁନ୍ଦାରେ ଶିଶୁ ପୁତ୍ର ମୃତ୍ୟୁ ଅଭିଯୋଗ

ରାଜନଗର: ପୋଲିଓ ବୁନ୍ଦା ନେଲା ଜୀବନ । ଏଭଳି ଅଭିଯୋଗ ଆସିଛି ରାଜନଗର ବଳରାମପୁର ଗାଁରୁ । ଅଭିଯୋଗ ମୁତାବକ ବଳରାମପୁର ଗାଁର ସଞ୍ଜୟଙ୍କ ୨୦ ଦିନର ଶିଶୁପୁତ୍ର ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ତା ଖରାପ ହେବାରୁ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଗତ ୨୯ ତାରଖ ଦିନ ଚିକିସôା କରାଯାଇ ଘରକୁ ସୁସ୍ଥ ଅବସ୍ଥାରେ ଅଣାଯାଇଥିଲା । ପରେ ୩୦ ତାରିଖ ଦିନ ପୋଲିଓ ଦିବସ ଥିବାରୁ ଗାଁର ଆଶାଦିଦି ତାଙ୍କୁ ପୋଲିସ ବୁନ୍ଦା ଦେବା ପାଇଁ କÿହିଥିଲେ । ଶିଶୁର ମାଆ ଦେହ ଖରାପ ଥିବା ଓ ହାତରେ ଭେନ ପୁଲର ଲାଗିଥିବା ଯୋଗୁଁ ପୋଲିଓ ବୁନ୍ଦା ଦେବା ପାଇଁ ଅମଙ୍ଗ ହୋଇଥିଲେ । ହେଲେ ଏ.ଏନ.ଏମଙ୍କ ବିଚାର ବିମର୍ଷ ବିନା ଆଶା ଓ ଅଙ୍ଗନୱାଡ଼ି କର୍ମି ଶିଶୁକୁ ପୋଲିଓ ଦେଇଥିଲେ । ପରେ ଘରେ ପହଂଚିବା ପରେ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏନେଇ ରାଜନଗର ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିର୍ତ୍ତି କରି ଏକ ଅପମୃତୁ୍ୟ ମାମଲା ରୁକୁ କରି ତଦନ୍ତ କରାଯାଉଛି । ଅନ୍ୟ ପଟେ ରାଜନଗର ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ପୋଲିଓ ନେଇ ମୃତ୍ୟୁ ହୋଇଥିବା ଘଟଣାକୁ ଅସ୍ୱାକାର କରିବା ସହ ଏ ସମ୍ବନ୍ଧୀୟ ତଦନ୍ତ କରାଯିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular