ହଲିଉଡ୍ ପପ ଷ୍ଟାରଙ୍କୁ ଓଡ଼ିଆ କ୍ରିକେଟରଙ୍କ ମୁହଁତୋଡ଼ ଜବାବ । ହଲିଉଡ଼ ପପ ଷ୍ଟାର ରିହାନା ଚାଷୀ ଆନେ୍ଦାଳନକୁ ନେଇ ନିଜ ଟ୍ୱିଟରେ ଏକ ଟ୍ୱିଟ କରିଛନ୍ତି । ରିହାନା ଟ୍ୱିଟରେ ଚାଷୀ ଆନେ୍ଦାଳନର କିଛି ଫଟୋ ଦେବା ସହ ଲେଖିଛନ୍ତି ,ଆମେ କାହିଁକି ଏବିଷୟରେ ଆଲୋଚନା କରୁନାହିଁ । ହଲିଉଡ଼ଷ୍ଟାରଙ୍କ ଏହି ଟ୍ୱିଟ ଖୁବ ଭାଇରାଲ ହେଉଛି । କିନ୍ତୁ ଏବେ ଏହି ଷ୍ଟାରଙ୍କୁ ଜବରଦସ୍ତ ଜବାବ ଦେଇଛନ୍ତି ଭାରତୀୟ ପୂର୍ବତନ କ୍ରିକେଟର ପ୍ରଜ୍ଞାନ ଓଝା । ଜବାବ ଦେଇ ପ୍ରଜ୍ଞାନ ଲେଖିଛନ୍ତି ,ଆମ ଦେଶ ଚାଷୀଙ୍କ ପାଇଁ ଗର୍ବିତ,କାରଣ ଆମେ ସମସ୍ତେ ଜାଣିଛୁ ଯେ ସେମାନେ ଆମ ପାଇଁ କେତେ ଗୁରୁତ୍ୱ । ମୋର ବିଶ୍ୱାସ ଯେ ଆମେ ଖୁବ ଶୀଘ୍ର ଏହି ମାମଲାକୁ ସମାଧାନ କରିନେବୁ । ଏହାସହ ନିଜର ଘରୋଇ ମାମଲାରେ କେହି ବାହାର ଲୋକ ମୁଣ୍ଡ ପୁରାଇବାର ଆବଶ୍ୟକତା ନାହିଁ ବୋଲି ପ୍ରଜ୍ଞାନ ଟ୍ୱିଟ କରିଛନ୍ତି । ଯାହା ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0