spot_img

ଆମାଜନ ସିଇଓ ପଦ ଛାଡ଼ିବେ ଜେଫ ବେଜୋସ

ଆମାଜନ ସିଇଓ ପଦ ଛାଡ଼ିବେ ଜେଫ ବେଜୋସ । ନିଜ ପଦବୀରୁ ଇସ୍ତଫା ଦେବା କଥା ନିଜେ ବେଜୋସ ଘୋଷଣା କରିଛନ୍ତି । ସେ ୨୦୨୧ର ତୃତୀୟ କ୍ୱାର୍ଟର ଅର୍ଥାତ ଶେଷ ଆଡ଼କୁ ଏକଜିକୁ୍ୟଟିଭ ଚେୟାରମ୍ୟାନ ଭାବେ କାମ କରିବେ । ନିଜର ନିଷ୍ପତ୍ତି ବିଷୟରେ ବେଜୋସ ଏକ ଚିଠି ମଧ୍ୟମରେ କମ୍ପାନୀର ସମସ୍ତ କର୍ମଚାରୀଙ୍କୁ ଅବଗତ କରାଇଛନ୍ତି । ସେ ଚିଠିରେ କହିଛନ୍ତି ,ସେ କମ୍ପାନୀର ସିଇଓ ପଦ ଛାଡ଼ୁଛନ୍ତି ,ଏଥିସହ ତାଙ୍କ ସ୍ଥାନରେ ଆମାଜନ ୱେବ ସର୍ଭିସେସର ମୁଖ୍ୟ ଆଣ୍ଡି ଜେସଙ୍କୁ ଏହି ଦାଇତ୍ୱ ପ୍ରଦାନ କରାଯିବ । ୫୭ ବର୍ଷୀୟ ବେଜୋସ ୧୯୯୪ରେ ନିଜ ଗ୍ୟାରେଜରେ ଆମାଜନର ପ୍ରତିଷ୍ଠା କରିଥିଲେ । ଏବଂ ପରବର୍ତ୍ତୀ ସମୟରେ ଏହାକୁ ସେ ଅନଲାଇନ ରିଟେଲ ଭାବେସାରା ଦୁନିଆରେ ପରିଚିତ କରାଇଥିଲେ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular