ମହାରାଷ୍ଟ୍ର: ପାଣି ବଦଳରେ ପିଇଗଲେ ହ୍ୟାଣ୍ଡ ସାନିଟାଇଜର। ଶୋଷ ଲାଗିବାରୁ ବୃହନ ମୁମ୍ବାଇ ମହାନଗର ନିଗମର ଯୁଗ୍ମ କମିଶନର ରମେଶ ପୱାର ଦୁଭାର୍ଗବଶତଃ ପାଣି ବଦଳରେ ସାନିଟାଇଜର ପିଇ ଦେଇଛନ୍ତି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସେପଟେ ଏଥିରେ ତାଙ୍କର କୌଣସି କ୍ଷତି ହୋଇ ନାହିଁ, ସେ ସୁସ୍ଥ ଥିବା ସୂଚନା ମିଳିଛି। ସୂଚନା ମୁତାବକ, ବୁଧବାର ମୁମ୍ବାଇରେ ବିଏମସିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଶିକ୍ଷା ସମ୍ପର୍କିତ ବଜେଟ ଉପସ୍ଥାପନ କରିବା ଲାଗି ପୱାର ମଧ୍ୟ ସେଠାରେ ଅନ୍ୟ ଅତିଥିଙ୍କ ସହ ଉପସ୍ଥିତ ଥିଲେ। ତେବେ ବଜେଟ ଉପସ୍ଥାପନ କରିବା ପୂର୍ବରୁ ପୱାର ନିଜ ଟେବଲୁ ଉପରେ ରଖାଯାଇଥିବା ସାନିଟାଇଜରକୁ ପାଣି ଭାବି ପିଇ ଦେଇଥିଲେ। କିନ୍ତୁ ହଠାତ ତାହା ପାଣି ନୁହେଁ ସାନିଟଜର ବୋଲି ଜାଣିବା ପରେ ସଙ୍ଗେ ସଙ୍ଗେ ପୱାର ତାକୁ ପାଟିରୁ କାଢ଼ି ତଳେ ପକାଇ ଦେଇଥିଲେ। ଏଥିସହ ସେଠାରେ ଉପସ୍ଥିତ ଥିବା ଅନ୍ୟ ଅତିଥିମାନେ ମଧ୍ୟ ତାଙ୍କୁ ସାନିଟାଇଜର ପିଇବା ଦେଖି ହଠାତ ଅଟକାଇଥିଲେ ଏବଂ ପାଖରେ ଥିବା ପାଣି ବୋତଲ ଦେଇଥିଲେ। ଏନେଇ ପୱାର କହିଛନ୍ତି, ଟେବୁଲ ଉପରେ ରଖାଯାଇଥିବା ପାଣି ବୋତଲ ଏବଂ ସାନିଟାଇଜର ବୋତଲ ଏକା ଭଳି ଦେଖାଯାଉଥିଲା। ତେଣୁ ସାନିଟାଇଜର ବୋତଲ ଉଠାଇ ପିଇ ଦେଇଥିଲେ। ପାଟିରେ ପଡିବା ମାତ୍ରେ ତାହା ପାଣି ଭଳି ଲାଗି ନଥିଲା। ତେଣୁ ତାକୁ ସେ ଢ଼ୋକି ନଥିଲେ। ତାହା ସାନିଟାଇଜର ବୋଲି ଜାଣିବା ପରେ ପାଟିରୁ ସଙ୍ଗେ ସଙ୍ଗେ ତାକୁ ବାହାର କରିଦେଇଥିଲେ ବୋଲି ସେ କହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0