spot_img

ନୂତନ କୃଷି ଆଇନକୁ ନେଇ ଟ୍ୱିଟରରେ ଚାଲିଲା ବାକଯୁଦ୍ଧ

ନୂଆଦିଲ୍ଲୀ: କେନ୍ଦ୍ର ସରାକରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଚାଷୀ ମାନେ ୨ ମାସରୁ ଅଧିକ ସମୟ ହେବ ବିରୋଧ କରି ଆସୁଛନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ୟୁଜର ଦୁଇ ଭାଗରେ ବିଭକ୍ତ ହୋଇଛନ୍ତି । ଗୋଟିଏ ଗୋଷ୍ଠୀ କୃଷି ଆଇନ ସପକ୍ଷରେ ରହୁଥିବା ବେଳେ ଅନ୍ୟ ଗୋଷ୍ଠୀ ଆଇନକୁ ବିରୋଧ କରୁଛି । ଏପରିକି ଟ୍ୱିଟରେ ମଧ୍ୟ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବାକ ଯୁଦ୍ଧ ଦେଖିବା ପାଇଁ ମିଳୁଛି ।

lawlଅନ୍ୟପଟେ କିଛି ବିଦେଶୀ ସେଲିବ୍ରିଟି ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରାଳୟ କହିଛି, ଉଦ୍ଦେଶ୍ୟମୂଳକ ଭାବେ ବିଦେଶୀ ସେଲିବ୍ରିଟିଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ କୁହାଯାଉଛି । ଏପରି କରି ସୋସିଆଲ ମିଡିଆରେ ହେଟ୍ ସ୍ପିଚ୍ ସୃଷ୍ଟି କରାଯାଉଛି । ହାସଟ୍ୟାଗ୍ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ଅନେକ ମିଛ ଓ ଅମୂଳକ ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular