spot_img

କୃଷି ଆଇନକୁ ମିଳିଲା ଆମେରିକାର ସମର୍ଥନ

ୱାଶିଂଟନ : କୃଷକ ଆନ୍ଦୋଳନକୁ ନେଇ ଆମେରିକା ତାର ପ୍ରଥମ ପ୍ରତିକ୍ରିୟା ରଖିଛି । କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ବିଗତ ଦୁଇମାସ ଧରି ଦିଲ୍ଲୀରେ ଆନ୍ଦୋଳନ ଚାଲିଥିବାବେଳେ ଆମେରିକାର ଷ୍ଟେଟ ଡ଼ିପାର୍ଟମେଣ୍ଟ କେନ୍ଦ୍ର କୃଷି ଆଇନର ସମର୍ଥନରେ କହିଛି “କୌଣସି ଦେଶର ଶାନ୍ତିପୂର୍ଣ୍ଣ ବିରୋଧକୁ ଲୋକତନ୍ତ୍ର ବୋଲି ଜଣାଯାଏ’’ । ଏଭଳି ଆଇନକୁ ନେଇ ମତଭେଦକୁ କଥାବାର୍ତ୍ତା ଦ୍ୱାରା ମାନିନେବା ଉଚିତ । ଆନ୍ଦୋଳନକୁ ନେଇ ଆମେରିକାର ଆଉ ଏକ ପ୍ରତିକ୍ରିୟା ମଧ୍ୟ ଆସିଛି –“ଏବେ ଅନ୍ତଃରାଷ୍ଟ୍ରୀୟରୁ ପ୍ରତିଭାଶାଳୀ ବ୍ୟକ୍ତି ନିଜର ସମର୍ଥନରେ ବାହାରିଛନ୍ତି’’ । ଭାରତ ସରକାରଙ୍କ ତିନୋଟି ଆଇନ ସପକ୍ଷରେ ଆମେରିକାର ଷ୍ଟେଟ ଡ଼ିପାର୍ଟମେଣ୍ଟ କହିଛି – ଏହାଦ୍ୱାରା ଭାରତର ଅର୍ଥନୀତି ଊପରେ ସୁପ୍ରଭାବ ପଡ଼ିବ । ଏହାକୁ ଆମେରିକା ସପୂଂର୍ଣ୍ଣ ରୂପେ ସ୍ୱାଗତ କରୁଛି , ଯାହା ଭାରତର ଅର୍ଥନୀତିରେ ସୁଧାର ଆଣିବ ଏବଂ ନିଜ କ୍ଷେତ୍ରରେ ଅଧିକ ଅର୍ଥ ବିନିଯୋଗ କରିବ । ଦିଲ୍ଲୀର ତିନୋଟି ସୀମା ସିଂନ୍ଧୁ , ଟିକରି ଓ ଗାଜିପୁରରେ ଯେଉଁଠି କୃଷକ ଆନ୍ଦୋଳନ ଚାଲିଛି , ସେଠାରେ ପୁଲିସ ଶକ୍ତି ଅଧିକ ବଢ଼ାଯାଉଛି । ଟିକିରି ବର୍ଡ଼ର ରାସ୍ତା ଉପରେ ବଡ଼ ବଡ଼ କଣ୍ଟା ଲଗେଇବା ପରେ ପ୍ରଶାସନ ସିଂନ୍ଧୁ ବର୍ଡ଼ର ଉପରେ ମଧ୍ୟ ଇଟା ଓ ସିମେଣ୍ଟ ଯୋଡ଼ି ଏକ ମୋଟା ପାଚେରୀ ତିଆରି କରେଇଛନ୍ତି । ସେହିପରି , ଗାଜିପୁର ରେ ମଧ୍ୟ ଦିଲ୍ଲୀ ତରଫରୁ କଣ୍ଟା ତାର ଲଗାଯାଇଛି । ଏତିକି ନୁହେଁ ପର୍ଯ୍ୟଟକ ସ୍ଥାନରେ ଇଂଣ୍ଟେରନେଟ ସେବା ମଧ୍ୟ ସଂପୂର୍ଣ୍ଣ ବନ୍ଦ କରିଦିଆଯାଇଛି । ଏହି ଆନ୍ଦୋଳନ ଖବର ଉପରେ ବଡ଼ ବଡ଼ ଖ୍ୟାତନାମା ବ୍ୟକ୍ତି ନିଜର ମତ ଦେଇ ଟ୍ୱିଟରରେ ସେୟାର କରୁଛନ୍ତି । ଆମେରିକାର ପପ ଗାୟିକା ରିହାନା , ସ୍ୱିଡ଼େନ ର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟ ଥନବର୍ଗ , ଆମେରିକା ଅଭିନେତ୍ରୀ ଅମାଣ୍ଡା କେରନି , ଗାୟକ ଜେ ସିନ , ଡ଼ାଃ ଜିୟସ , ପୁରାତନ ଅଭିନେତା ମିଆ ଖଲିଫା ଏବଂ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କ ଭାଣିଜି ମୀନା ହାରିସଙ୍କ ସହ ଏମିତି ଅନେକ ସେଲିବ୍ରିଟି ଭାରତର କୃଷି ବିରୋଧ ପ୍ରଦର୍ଶନକୁ ସମର୍ଥନ କରିଛନ୍ତି । ରିହାନା ପ୍ରଥମ ଅନ୍ତରାଷ୍ଟ୍ରୀୟ ସେଲିବ୍ରିଟି ଯିଏ କୃଷକଙ୍କ ପ୍ରଦର୍ଶନକୁ ସମର୍ଥିତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular