ନୂଆପଡ଼ା : ଖେଳ ହେଲା କାଳ। ଖେଳୁ ଖେଳୁ କୂଅରେ ଖସି ଚାଲିଗଲା ଜୀବନ। ନୂଆପଡା ଜିଲ୍ଲା ଖଡିଆଳ ଥାନା ମନ୍ରୀତରାଇ ଗାଁରେ ଏମିତି ଅଭାବନୀୟ ଘଟଣା ଘଟିଛି । କୂଅରେ ପଡି ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଖଡିଆଳ ଥାନା ମନ୍ରୀତରାଇ ଗାଁରେ ନିତଧର ମାଝୀଙ୍କ ୪ ବର୍ଶର ପୁଅକୁ ନିଜ ଆଈ ମାଙ୍କ ପାଖରେ ଛାଡି ସ୍ତ୍ରୀ ସହ କାମ ପାଇଁ ଦାଦନ ଖଟିବାକୁ ବାହାରକୁ ଯାଇଥିଲେ। ୪ ବର୍ଷର ଶିଶୁ ପରମେଶ୍ୱର ନିଜ ଆଈଙ୍କ ପାଖରେ ରହୁଥିଲେ। ସନ୍ଧ୍ୟାରେ ଖେଳୁ ଥିବା ବେଳେ କେତେ ବେଳେ ଘର ପାଖରେ ଥିବା ଏକ କୂଅରେ ସେ ପଡି ଯାଇ ଥିଲେ । ଶିଶୁକୁ ଅନେକ ଖୋଜା ଖୋଜି ପରେ ବି ତାର ପତ୍ତା ମିଳି ନଥିଲା। ଗତ କାଲି ସନ୍ଧ୍ୟାରେ କୂଅରେ ଶିଶୁର ଶବ ଭାସୁ ଥିବା ଦେଖିବାକୁ ମିଳିଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0