ଝାଡଖଣ୍ଡ: ଝାଡଘଣ୍ଡରେ ଘଟିଛି ଏକ ଅଭାବନୀୟ ଘଟଣା । କୋଭିଡ ଟିକା ଦିଆଯିବାର ୩୬ ଘଣ୍ଟା ପରେ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ମୃତୁ୍ୟ ଘଟିଛି । ତେବେ ମୃତ ମାନୁ ପହାନଙ୍କୁ ଫେବୃଆରୀ ୧ରେ ତାଙ୍କ କାର୍ୟ୍ୟକ୍ଷେତ୍ର ମେଦାନ୍ତ ହସ୍ପିଟାଲରେ କୋଭିଶିଲ୍ଡ ଟିକା ଦିଆଯାଇଥିଲା । ସେହି ରାତିରେ ତାଙ୍କର ଦେହାନ୍ତ ହୋଇଛି ବୋଲି ସମ୍ପୃକ୍ତ ହସ୍ପିଟାଲର ସିଇଓ ଡାକ୍ତର ପଙ୍କଜ ସାହାଣୀ କହିଛନ୍ତି। ତାଙ୍କ କହିବା ଅନୁସାରେ, ଯଦିଓ ୫୨ ବର୍ଷୀୟ ପହାନଙ୍କର ଅନ୍ୟ କୌଣସି ଅସୁବିଧା ନଥିଲା, ତଥାପି ତାଙ୍କ ମୃତ୍ୟୁର କାରଣ ଅନୁସନ୍ଧାନ କରାଯାଉଛି। ଟିକା ଦିଆଯିବା ପରେ ପହାନ ରାଞ୍ଚି ନିକଟ ଓରମାଂଝୀ ସ୍ଥିତ ନିଜ ଗାଁକୁ ଫେରିଥିଲେ ଏବଂ ଫେବୃଆରୀ ୨ରେ ମଧ୍ୟ କାମ କରିବାକୁ ଆସିଥିଲେ। ରାତିରେ ସେ ତାଙ୍କ ଗାଁରେ ଥିବା ବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ଓ ଡାକ୍ତରଖାନା ନିଆଯିବ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ଝାଡ଼ଖଣ୍ଡ କୋଭିଡ ପରିଚାଳନା କାର୍ୟ୍ୟକ୍ରମର ନୋଡାଲ ଅଧିକାରୀ ଡାକ୍ତର ଅଜିତ ପ୍ରସାଦ କହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0