spot_img

ଖଣ୍ଡିଗିରି ମେଳାରେ ଯାତ୍ରାକୁ ନେଇ ଆଜି ଆସିବ ନିଷ୍ପତ୍ତି

ଭୁବନେଶ୍ୱର: ଖଣ୍ଡଗିରି ମେଳାରେ ଯାତ୍ରା ହେବ କି ନାହିଁ ସେ ନେଇ ସସପେନ୍ସ ଜାରି ରହିଛି । ଏ ନେଇ ବିଏମସି କମିଶନର ଆଜି ଚୂଡାନ୍ତ ନିଷ୍ପତ୍ତି ଶୁଣାଣି । ଯାତ୍ରା କରିବାକୁ ଗତକାଲି ପ୍ରସ୍ତାବ ଦେଇଛି ଯାତ୍ରା କମିଟି । ଏଥିରେ କୁହାଯାଇଛି ଯେ, ୫୦ ପ୍ରତିଶତ ଦର୍ଶକରେ ଯାତ୍ରା ହେଉ । ବିଏମସି ଓ କୋଭିଡ କଟକଣା ମାନି ଯାତ୍ରା କରିବୁ । ଗୋଟିଏ ଯାତ୍ରା ମଂଚରେ ୫୦ ପ୍ରତିଶତ ଚେୟାର ପଡିବ । ଖଣ୍ଡଗିରି-ଉଦୟଗିରି ମୁଣ୍ଡିଆ ପଛପଟେ କିଛି ଷ୍ଟଲ ଓ ଜାତୀୟ ରାଜପଥରୁ ଉଦୟଗିରି ମଧ୍ୟରେ ରାସ୍ତା ଉପରେ କିଛି ଷ୍ଟଲ ପକାଯାଉ । ଆସନ୍ତା ୧୮ ତାରିଖରୁ ଖଣ୍ଡଗିରି ମେଳା ଆରମ୍ଭ ହେବ । ତେବେ ଯାତ୍ରା ହେବ କି ନାହିଁ, ଷ୍ଟଲ ପଡିବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଜାରି ରହିଛି । ବିଏମସି ଯାତ୍ରା ସପକ୍ଷରେ ନଥିବାବେଳେ ବିଭିନ୍ନ ଯାତ୍ରା କମିଟି ଯାତ୍ରା କରିବାକୁ ଚାହିଁଛନ୍ତି । ଏ ନେଇ ବୈଠକ ବସିଥିଲେ ବି କିଛି ନିଷ୍କର୍ସ ବାହାରିପାରିନାହିଁ । ଏ ନେଇ ୩ଟି ଯାତ୍ରାକମିଟି ପୁଣି ବିଏମସିଙ୍କୁ ପ୍ରସ୍ତାବ ଦେଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular