spot_img

ଝରାଫୁଲ ମୃତ୍ୟୁ ଘଟଣାରେ ଖୋଲିବ ରହସ୍ୟ !

ଭୁବନେଶ୍ୱର: ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଖୋଲିବ ରହସ୍ୟ । ଅଭିଯୁକ୍ତ ରାକେଶର ମୋବାଇଲ ଫୋନ ଜବତ କରିଛି ପୋଲିସ । ଗୁରୁବାର ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଶୁକ୍ରବାର ପୁଣି ଜେଲ ଯିବ ରାକେଶ । ରିମାଣ୍ଡ ବେଳେ ତା’ଠାରୁ ଅନେକ ସତ ଉଗାରିଛି କୁଆଖିଆ ପୋଲିସ । ତଥାପି ରାକେଶ ଆହୁରି କିଛି ଲୁଚାଉଥିବା ସନ୍ଦେହ କରାଯାଉଛି । ଏଥିପାଇଁ ତାର ଲାଏ ଡିଟେକସନ ଟେଷ୍ଟ କରାଯାଇପାରେ ବୋଲି ସୂଚନା ରହିଛି । ସେପଟେ ରାକେଶର ସାନ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ କୁଆଖିଆ ଥାନାକୁ ଡକାଯାଇ ପଚରାଉଚରା କରାଯାଇଛି । ଏପଟେ ଭୁବନେଶ୍ୱରରୁ ଜବତ ହୋଇଛି ଶବ ବୁହା ହୋଇଥିବା ସ୍କୁଟି । ଗତ ଜାନୁଆରୀ ୯ ତାରିଖରେ ରାକେଶ ସୁନ୍ଦରପଦା ଅଞ୍ଚଳରୁ ଏହି ସ୍କୁଟି କିଣିଥିଲା । ଝରାଫୁଲଙ୍କ ମୃତ୍ୟୁ ଘଟଣାକୁ ଏହାରି ଭିତରେ ୯ ଦିନ ବିତି ସାରିଲାଣି । ହେଲେ ଏପର୍ୟ୍ୟନ୍ତ ଘଟଣାର ମୂଳରେ ପହଞ୍ଚି ପାରିନାହିଁ ପୋଲିସ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular