ଭୁବନେଶ୍ୱର: ଏପ୍ରିଲ-ଜୁନ ମାସରେ ଅଧିକ ବଜ୍ରପାତ ମାମଲା ସାମ୍ନାକୁ ଆସିଥାଏ। ଘଡ଼ଘଡ଼ି, ବଜ୍ରପାତ ପାଇଁ ଅନେକ ଧନଜୀବନ ନଷ୍ଟ ହୋଇଥାଏ। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରକୁ ଅଧିକ ଥାଏ ଏହି ଭୟ। ଏହାକୁ ଆଖି ଆଗରେ ରଖି ଧନ ଜୀବନର ସୁରକ୍ଷା ପାଇଁ ଓଡିଶାରେ ପ୍ରତିଷ୍ଠା ହେବ ବଜ୍ରପାତ ଅନୁସନ୍ଧାନ କେନ୍ଦ୍ର । ଦେଶରେ ପ୍ରଥମ ଥର ଲାଗି ଏଭଳି ଏକ ଅନୁଷ୍ଠାନର ପରିକଳ୍ପନା କରିଛି ଭାରତୀୟ ପାଣିପାଗ ବିଭାଗ । ଭୂ-ବିଜ୍ଞାନ ମନ୍ତ୍ରଣାଳୟର ନିଷ୍ପତି କ୍ରମେ, IMD,ISRO,DRDO ସହଯୋଗରେ ବାଲେଶ୍ୱର ନିକଟରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହି ଅନୁସନ୍ଧାନ କେନ୍ଦ୍ର ଆରମ୍ଭ ହେଲେ ବଜ୍ରପାତ ସମ୍ବନ୍ଧରେ ଆହୁରି ସଠିକ ଓ ନିର୍ଭୁଲ ଭାବରେ ଆକଳନ କରାଯାଇ ପାରିବ । ଏହା ସହ ଧନଜୀବନର ରକ୍ଷା ହୋଇପାରିବ ବୋଲି IMD ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । IMD ମହାନିର୍ଦ୍ଦେଶକ କହିଛନ୍ତି, ଗୋଟିଏ ବଜ୍ରପାତର ସମୟ ଅଧଘଣ୍ଟାରୁ ତିନି ଘଣ୍ଟା ହୋଇପାରେ। ଏହା ଖୁବ କମ ଅଞ୍ଚଳକୁ ପ୍ରଭାବିତ କରିଥାଏ। ତେଣୁ ଏହାକୁ ସଠିକ ଭାବେ ନିରୂପଣ କରିବାକୁ ହେଲେ ଏହା ବିଷୟରେ ସଠିବ ବିବରଣୀ ହାସଲ କରିବା ଦରକାର। ଅଧିକ ସଠିକତାର ସହ ଝଡ଼, ପବନ, ବିଜୁଳି, ବର୍ଷାର ପୁର୍ବାନୁମାନ କରିବା ନିମନ୍ତେ ବାଲେଶ୍ୱର ନିକଟରେ ଏକ ରିସର୍ଚ୍ଚ ସେଣ୍ଟର ପ୍ରତିଷ୍ଠା ପାଇଁ ଯୋଜନା ହେଉଛି। ଯଦିଓ ଏହା ଉତ୍ତର ଓଡ଼ିଶାରେ ପ୍ରତିଷ୍ଠ ହେବାକୁ ଯାଉଛି । କିନ୍ତୁ ଏହାଦ୍ୱାରା ସମଗ୍ର ଉତ୍ତର ଓଡ଼ିଶା, ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାରରେ ବି ପର୍ୟ୍ୟବେକ୍ଷଣକୁ ବଢ଼ାଯିବ।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0