ବଲାଙ୍ଗିର : ମର୍ମନ୍ତୁଦ ଦୁର୍ଘଟଣା। ଗଛରେ ପିଟି ହେଲା ଇନୋଭା। ଚାଲିଗଲା ୨ ଜଣଙ୍କ ଜୀବନ। ଆଉ ୨ ଜଣ ଗୁରୁତର ଅଛନ୍ତି। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ସାଗରପଲି ଛକରେ ଘଟିଛି ଏହି ଦୁର୍ଘଟଣା। ଦୁଇ ମୃତକଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡାବୁଗାଁ ଏସବିଆଇ ବ୍ରାଞ୍ଚ ମ୍ୟାନେଜର। ତାଙ୍କ ନାଁ ରାକେଶ ହେମ୍ବ୍ରମ। ଅନ୍ୟ ମୃତକ ହେଉଛନ୍ତି ଦୁର୍ଘଟଣାଗ୍ରସ୍ତ ଇନୋଭାର ମାଲିକ ସତ୍ୟଜିତ ମାଦଲା। ମୃତ ସତ୍ୟଜିତଙ୍କ ବାପା ରାମେଶ୍ୱର ମାଦଲା ଗୁରୁତର ଆହତ ହୋଇଛନ୍ତି। ଡ୍ରାଇଭର ଭୀମ ହରିଜନ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ରାତି ପ୍ରାୟ ୪ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଏମାନେ ସମସ୍ତେ ନବରଙ୍ଗପୁରରୁ ଭୁବନେଶ୍ୱର ଅଭିମୁଖ୍ୟ ଯାଉଥିଲେ। ସାଗରପାଲି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଗଛରେ ପିଟି ହୋଇଥିଲା। ରାକେଶ ହେମ୍ବ୍ରମ ଓ ରାମେଶ୍ୱର ମାଦଲାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଦେଓଗାଁ ପୁଲିସ୍ ଦୁର୍ଘଟଣା ଘଟିଥିବା ସ୍ଥାନରେ ପହଞ୍ଚି ଗୁରୁତର ଆହତ ରାମେଶ୍ୱର ମାଦଲା ଓ ଭୀମ ହରିଜନଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଥିଲା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0