ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମାଲରେ ବଢୁଛି ସସପେନ୍ସ । ପୁଣି ଜେଲକୁ ଗଲା ଅଭିଯୁକ୍ତ ରାକେଶ ସ୍ୱାଇଁ । ରିମାଣ୍ଡ ଶେଷ ପରେ ଦୌରାଜଜ କୋର୍ଟରେ ହାଜର କରିଥିଲା ପୋଲିସ । ସେପଟେ ପୋଲିସ ହାତରେ ଲାଗିଛି ଆଉ କିଛି ପ୍ରମାଣ । ଘଟଣା ଦିନ ଅଭିଯୁକ୍ତ ରାକେଶ ପିନ୍ଧିଥିବା ପ୍ୟାଣ୍ଟ, ସାର୍ଟ ଓ ମୋବାଇଲ ଜବତ କରିଛି ପୋଲିସ । ଆଜି ତିନି ଦିନିଆ ରିମାଣ୍ଡ ଅବଧି ସରିବା ପରେ କୋର୍ଟରେ ହାଜର ହୋଇଥିଲା ରାକଶେ । ୩ ଦିନିଆ ରିମାଣ୍ଡରେ ନେଇ କୁଆଖିଆ ପୋଲିସ ରାକେଶ ସ୍ୱାଇଁ ଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି କୁଆଖିଆ ପୋଲିସ । ତଥାପି ରାକେଶ ଆହୁରି କିଛି ଲୁଚାଉଥିବା ସନ୍ଦେହ କରାଯାଉଛି । ଏଥିପାଇଁ ତାର ଲାଏ ଡିଟେକସନ ଟେଷ୍ଟ କରାଯାଇପାରେ ବୋଲି ସୂଚନା ରହିଛି । କେମିତି ହେଲା ଝରାଫୁଲଙ୍କ ମୃତ୍ୟୁ ? ମୃତ୍ୟୁ ଘଟଣାର ରହସ୍ୟ କଣ ? ଝରାଫୁଲଙ୍କୁ ହତ୍ୟା କରାଯାଇଛି ନା ବିଷକ୍ରିୟାରୁ ମୃତ୍ୟୁ ହୋଇଛି? ଝରାଫୁଲଙ୍କ ମୃତ୍ୟୁ ନେଇ ଆଜି ଆସିବ ପୋଷ୍ଟମର୍ଟମ ଓ ଭିସେରା ରିପୋର୍ଟ । ତେବେ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା ତାହାର ପ୍ରମାଣ ଦେବ ରିପୋର୍ଟ । ସେପଟେ ରାକେଶର ସାନ ଭାଇ ଓ ଅନ୍ୟ ଜଣେ ସମ୍ପର୍କୀୟ ଭାଇଙ୍କୁ ମଧ୍ୟ କୁଆଖିଆ ଥାନାକୁ ଡକାଯାଇ ପଚରାଉଚରା କରାଯାଇଛି । ଏପଟେ ଭୁବନେଶ୍ୱରରୁ ଜବତ ହୋଇଛି ଶବ ବୁହା ହୋଇଥିବା ସ୍କୁଟି । ଗତ ଜାନୁଆରୀ ୯ ତାରିଖରେ ରାକେଶ ସୁନ୍ଦରପଦା ଅଞ୍ଚଳରୁ ଏହି ସ୍କୁଟି କିଣିଥିଲା । ଝରାଫୁଲଙ୍କ ମୃତ୍ୟୁ ଘଟଣାକୁ ଏହାରି ଭିତରେ ୯ ଦିନ ବିତି ସାରିଲାଣି । ହେଲେ ଏପର୍ୟ୍ୟନ୍ତ ଘଟଣାର ମୂଳରେ ପହଞ୍ଚି ପାରି ନାହିଁ ପୋଲିସ । ରାକେଶର ସହଯୋଗୀ ଶକ୍ତି ଶେଖର ସ୍ୱାଇଁ ଓରଫ ଶେଖରକୁ ଧରିବାରେ ପୋଲିସ ବିଫଳ ହୋଇଛି।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0