spot_img

ଫେବୃୟାରୀ ୬ରୁ ରାଜ୍ୟରେ ପୁଲିସଙ୍କୁ ଦିଆଯିବ କରୋନା ଟିକା, ପ୍ରଥମେ ଟିକା ନେବେ ଡିଜିପି ଅଭୟ

ଭୁବନେଶ୍ୱର : ଆସନ୍ତା ଶନିବାରଠାରୁ ସମଗ୍ର ରାଜ୍ୟରେ ପୁଲିସଙ୍କୁ ଦିଆଯିବ କରୋନା ଟିକା। ପ୍ରଥମେ କରୋନା ଟୀକା ନେବେ ଡିଜିପି ଅଭୟ । ତାଙ୍କ ପରେ ଅନ୍ୟ ବରିଷ୍ଠ ପୁଲିସ ଓ ହୋମ୍ଗାର୍ଡମାନେ କରୋନା ଟିକା ନେବେ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି କଟକ-ଭୁବନେଶ୍ୱର ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଭୁବନେଶ୍ୱରରେ କମିଶନର ଅଫିସ, ଡିସିପି ଭୁବନେଶ୍ୱର, ସପ୍ତମ ବାଟାଲିଅନ୍, ଏସ୍ଏସ୍ ବାଟାଲିଅନ୍, ରାଜ୍ୟ ଗୁଇନ୍ଦା ବିଭାଗ, ଏସ୍ଓଜି, ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ ପରି ମୋଟ୍ ୧୯ଟି ପ୍ରତିଷ୍ଠାନର ୮୯୩୭ କର୍ମଚାରୀଙ୍କୁ ଟିକା ଦିଆଯିବ। ଭୁବନେଶ୍ୱର ରିଜର୍ଭ ପୁଲିସ ଲାଇନ୍ ହସ୍ପିଟାଲ୍, ସପ୍ତମ ବାଟାଲିଅନ୍ ହସ୍ପିଟାଲ୍ ଓ ସିପି ଅଫିସ ସମେତ ୩ଟି ସ୍ଥାନରେ ଟିକା ଦିଆଯିବ। ସେହିପରି କଟକରେ ରାଜ୍ୟ ପୁଲିସ ସଦର ମହକୁମା, ଡିସିପି କଟକ, କ୍ରାଇମବ୍ରାଞ୍ଚ, ଦୁର୍ନୀତି ନିବାରଣ ବିଭାଗ, ହୋମ୍ ଗାର୍ଡ଼, ଫାୟାର ସର୍ଭିସେସ୍, ଷଷ୍ଠ ବାଟାଲିଅନ୍ ପ୍ରମୁଖ ୧୧ଟି ପ୍ରତିଷ୍ଠାନର ୬୮୬୭ ପୁଲିସ କର୍ମଚାରୀ ଓ ହୋମ୍ ଗାର୍ଡଙ୍କୁ ଟିକା ଦିଆଯିବ। କଟକ ନେତାଜୀ ଇନ୍ଡୋର ଷ୍ଟାଡିଅମକୁ ଟିକା ଗ୍ରହଣ କେନ୍ଦ୍ର କରାଯାଇଛି। ଟିକାକରଣ ପାଇଁ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ସବୁ ପ୍ରସ୍ତୁତି ସରିଯିବ। ଆସନ୍ତାକାଲି ସକାଳ ୯ଟା କଟକରେ ଆନୁଷ୍ଠାନିକ ଭାବେ କାର୍ୟ୍ୟକ୍ରମର ଉଦ୍ଘାଟନ କରାଯିବ ବୋଲି କମିଶନର କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular