spot_img

ସିଙ୍ଗଲ ଡୋଜ କରୋନା ଟିକା ପ୍ରସ୍ତୁତ କଲା ଜନସନ ଆଣ୍ଡ ଜନସନ କମ୍ପାନୀ

ନୂଆଦିଲ୍ଲୀ: ସିଙ୍ଗଲ ଡୋଜ କରୋନା ଟିକା ପ୍ରସ୍ତୁତ କଲା ଜନସନ ଆଣ୍ଡ ଜନସନ କମ୍ପାନୀ । ସିଙ୍ଗଲ୍ ଡୋଜ କରୋନା ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆମେରିକାର ସ୍ୱାସ୍ଥ୍ୟ ନିୟାମକ ଠାରୁ ଅନୁମତି ପାଇଁ ଆବେଦନ କରିଛି । ସୂଚନା ମୁତାବକ, କମ୍ପାନୀ ଦ୍ୱାରା ପ୍ରସ୍ତୁି ଟିକା ୨୯ ଦିନ ମଧ୍ୟରେ ପାଖାପାଖି ୯୦ ପ୍ରତିଶତ ସ୍ୱୋଚ୍ଛାସେବୀ ମାନଙ୍କ ଶରୀରରେ ଏହି ଟିକା ଟ୍ରାଏଲ କରାଯାଇଥିଲା । ୫୭ ଦିନ ମଧ୍ୟରେ ସେମାନଙ୍କ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହୋଇଥିବା କମ୍ପାନୀ ପକ୍ଷରୁ କୁହଯାଇଛି । ଅନ୍ୟ କମ୍ପାନୀ ମାନେ ପ୍ରସ୍ତୁତ କରିଥିବା ଟିକାକୁ ମଣିଷ ଶରୀରରେ ୨ ଥର ଦେବାକୁ ପଡୁଥିବା ବେଳେ ଏହି ଟିକା କେବଳ ଗୋଟିଏ ଡୋଜ ଦେବାକୁ ପଡିବ । ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ମଗାଯାଇଥିବା ଅନୁମତି ଉପରେ ଆମରିକା ସ୍ୱାସ୍ଥ୍ୟ ନିୟାମକ ନିରୀକ୍ଷଣ କରିବ ଓ ସଲାହାକାର ସମିତି ବୈଠକ ପରେ ଏହାକୁ ମଞ୍ଜୁରୀ ମିଳିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular