spot_img

ଗଜପତି ଜିଲ୍ଲାରେ ୪ଦିନ ସଟଡାଉନ ଜାରି

ଗଜପତି: ଦିନୁକ ଦିନ କରୋନା ହୁ ହୁ ହୋଇ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଗଜପତି ଜିଲ୍ଲାରେ ସଟଡାଉନ ଘୋଷଣା କରିଛନ୍ତି । ସପ୍ତାହର ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଗଜପତି ଜିଲ୍ଲାକୁ ସଟଡାଉନ ଜାରି କରାଯିବ ତେବେ ପୁର୍ବ ଭଳି ସୋମବାର ଠାରୁ ବୁଧବାର ପର୍ଯ୍ୟନ୍ତ ୩ ଦିନ ଲକଡାଉନ କଟକଣା ଜାରି ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ବ୍ଲକ ହେଡକ୍ୱାର୍ଟର ବି ସଟଡାଉନ ରହିବ ବୋଲି ଜଣାଯାଇଛି । ଆଗାମୀ ୩୦ ତାରିଖରୁ ଅଗଷ୍ଟ ୨ ତାରିଖ ଯାଏଁ ଏହି କଟକଣା ଜାରି ରହିବା ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଆଜି ଗଜପତି ଜିଲ୍ଳାରୁ ୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣ ରୋକିବା ପାଇଁ ଏବଂ ସ୍କ୍ରିନିଂ ପକ୍ରିୟାକୁ ସହଜ କରିବା ପାଇଁ ସପ୍ତାହର ୩ଦିନ ପର୍ଯ୍ୟନ୍ତ ପାରଳାଖେମୁଣ୍ଡିକୁ ସଟଡାଉନ ଜାରି କରାଯାଇଥିଲା । ସଂକ୍ରମଣ ରୋକିବା ପାଇଁ ଚାଲିଥିବା ଅଭିଯାନକୁ ମଜବୁତ କରିବା ପାଇଁ ଗଞ୍ଜାମ ଜିଲ୍ଲା, ଏବଂ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରୁ ଗଜପତିକୁ ସମସ୍ତ ଅନାବଶ୍ୟକ ଯାତାୟତକୁ ଅନୁମତି ଦିଆଯାଉ ନାହିଁ ବୋଲି ଜିଲ୍ଳା ପ୍ରଶାସନ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular