ଭୁବନେଶ୍ୱର : ରାଜଧାନୀରେ ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ । ପାଟି ହାତ ଗୋଡ଼ ବନ୍ଧା ଅବସ୍ଥାରେ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ଖଣ୍ଡଗିରି ଥାନା ପୋଲିସ । ଭୁବନେଶ୍ୱର ଡ଼ୁମଡ଼ୁମା ଫେଜ ୨ରୁ ଏହି ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଘର ବାଡ଼ିରେ ଥିବା ପିଜୁଳି ଗଛରେ ଝୁଲୁଥିଲା ନାବାଳିକାଙ୍କ ମୃତଶରୀର । ଏହା ହତ୍ୟା ନୁହଁ ବରଂ ଆତ୍ମହତ୍ୟା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରୁୁ ନାବାଳିକାର କ୍ଲିପ ଏବଂ ଚପଲ ପଡ଼ିଥିଲା ବେଳେ ଗାମୁଛାରେ ନାବାଳିକାର ହାତ ଗୋଡ଼ ବନ୍ଧାଯାଇଥିଲା ।
ତେବେ ଏନେଇ ପରିବାର ପକ୍ଷରୁ ଖଣ୍ଡଗିର ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ମୃତ ହେହ ଉଦ୍ଧାର କରିବା ସହ ପୋଷ୍ଟମର୍ଟମ ପାଇଁ ପଠାଇଛି । ଅନ୍ୟପଟେ ଅଗଣା ଭିତରେ ଏଭଳି ଘଟଣା ଘଟିବ ବାପା ମା କିପରି ଜାଣିପାରିଲେନି ବୋଲି ପ୍ରଶ୍ନ ଉଠିଛି । ପୋଲିସ ଏହି ଘଟଣାରେ ଜଣେ ଯୁବକକୁ ସନ୍ଦେହଜନକ ଭାବେ ଅଟକ ରଖିବା ସହ ତଦନ୍ତ ପକ୍ରିୟା ଜାରି ରଖିଛି । ଏନେଇ ପୋଲିସଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0