spot_img

ୱିକେଟ ନେବା ଲକ୍ଷରେ ଭାରତୀୟ ବୋଲର

ଚେନ୍ନାଇ: ଭାରତ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଇଂଲଣ୍ଡର ସ୍ଥିତି ମଜବୁତ ଅଛି । ତେବେ ଦ୍ୱିତୀୟ ଦିନର ମଧ୍ୟାହ୍ନ ପର୍ଯ୍ୟନ୍ତ ଭ୍ରମଣକାରୀ ଇଂଲଣ୍ଡ ଦଳ ମାତ୍ର ତିନି ୱିକେଟ ହରାଇ ୩୫୫ ରନର ଏକ ବିଶାଳ ସ୍କୋର କରିଛି । ଏହା ସହ ଶହେ ଟେଷ୍ଟ ମ୍ୟାଚ ପୁରା କରିଥିବା ଇଂଲଣ୍ଡ ଦଳର ଅଧିନାୟକ ଜୋ ରୁଟ ଏକ ବିସ୍ପୋରକ ପାଳି ଖେଳି ୧୫୬ ରନ ସଂଗ୍ରହ କରି ଅପରାଜିତ ଅଛନ୍ତି । ତାଙ୍କ ସହ ବେନ ଷ୍ଟୋକ୍ସ ୬୩ ରନ କରି ସେ ମଧ୍ୟ ଏକ ଶତକୀୟ ପାଳି ଖେଳିବା ଲକ୍ଷରେ ଅଛନ୍ତି । ଯାହାକି ଭାରତୀୟ ବୋଲରଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଛି । ତେବେ ପ୍ରଥମ ଦିନ ଭଳି ଭାରତୀୟ ବୋଲରମାନେ ଦ୍ୱିତୀୟ ଦିନରେ ମଧ୍ୟ ଚେନ୍ନାଇ ପିଚରେ ବିଶେଷ କିଛି କରିନାହାଁନ୍ତି । ଏହାର ପ୍ରତିକ୍ରିୟା ରଖି ପ୍ରଶଂସକମାନେ ଚେନ୍ନାଇ ପିଚ ଫ୍ଲାଟ ବୋଲି କହିଛନ୍ତି ଏବଂ ସୋସିଆଲ ମିଡିଆରେ ଟ୍ୱିଟ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular