ନୂଆଦିଲ୍ଲୀ: ପରୋଲୋକରେ ହଲିଉଡ଼ ଅଭିନେତା କ୍ରିଷ୍ଟୋଫର ପ୍ଲମର । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । କ୍ରିଷ୍ଟୋଫର ହଲିଉଡ୍ ଇଣ୍ଡଷ୍ଟ୍ରିରେ ପ୍ରାୟ ୭ ଦଶକ ପର୍ୟ୍ୟନ୍ତ ନିଜ ନିଖୁଣ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ । କ୍ରିଷ୍ଟୋଫରଙ୍କ ନିଧନ କନେକ୍ଟିକଟ ସ୍ଥିତ ନିଜ ବାସଭବନରେ ହୋଇଛି । କ୍ରିଷ୍ଟୋଫର ୧୯୫୮ରେ ଷ୍ଟେଜ୍ ଷ୍ଟ୍ରକ୍ ନାମକ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହି ବରିଷ୍ଠ ଅବିନେତା ଅନେକ ଲୋକପ୍ରିୟ ଫିଲ୍ମରେ ଅଭିନୟ କରିଥିଲେ । ସେଥିରେ ଦ ରିଟର୍ଣ୍ଣ ଅଫ୍ ପିଙ୍କ୍ ପାନ୍ଥର, ଏ ବିୟ୍ୟୁଟିଫୁଲ ମାଇଣ୍ଡ, ମର୍ଡର ବାୟ ଡିକ୍ରି, ନାଇଫ୍ ଆଉଟ୍ ଫିଲ୍ମ ସାମିଲ ରହିଛି । କ୍ରିଷ୍ଟୋଫର ପ୍ଲମରଙ୍କୁ ଦ ଲାଷ୍ଟ ଷ୍ଟେସନରେ ଲିୟୋ ଟୋଲଷ୍ଟୟଙ୍କ ଭୂମିକା ପାଇଁ ୨୦୧୦ରେ ଓସ୍କାର ପାଇଁ ମନୋନୀତ ହୋଇଥିଲେ । ଓସ୍କାର ବ୍ୟତୀତ ସେ ବାଫଟା ଏବଂ SAG ପୁରସ୍କାର, ଗୋଲଡେନ୍ ଗ୍ଲୋବ ପୁରସ୍କାର, ଦୁଇଟି ଟୋନି ଏବଂ ଦୁଇଟି ଏମି ପୁରସ୍କାର ମଧ୍ୟ ଜିତିଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0