ମୁମ୍ବାଇ:୨୯ ବର୍ଷରେ ପାଦ ଦେଲେ ବଲିଉଡ଼ର ‘ଦିଲବର’ ନୋରା ଫତେହି । ୧୯୯୨ ମସିହା ଆଜିର ଦିନରେ କାନାଡ଼ାରେ ଜନ୍ମ ଗ୍ରହଣ କରିଥିଲେ ନୋରା । ନୋରା ଏକାଧାରରେ ଜଣେ ଅଭିନେତ୍ରୀ,ଡ଼୍ୟାନ୍ସର ଓ ମଡ଼େଲ ଅଟନ୍ତି । ଫିଲ୍ମ ‘ରୋର : ଟାଇଗର ଅଫ ଦ ସୁନ୍ଦରବନ’ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ଟଲିଉଡ଼ରେ ବି ସୁଯୋଗ ମିଳିଛି । ବିଗବସ-୯ରେ ନୋରା ନଜର ଆସିଥିଲେ । ଜନ ଆବ୍ରାହ୍ମଙ୍କ ‘ଫିଲ୍ମ ସତ୍ୟ ମେବ ଜୟତେ’ ର ଆଇଟମ ସଙ୍ଗ ‘ଦିଲବର ଦିଲବର’ ରେ ଚତ୍ମକାର ନୃତ୍ୟ ପାଇଁ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ଇଂରାଜୀ ଓ ହିନ୍ଦୀ ବ୍ୟତିତ ଫ୍ରେଞ୍ଜ ଓ ଆରବି ଭାଷା ମଧ୍ୟ କହି ପାରନ୍ତି । ଆଗକୁ ‘ଭୁଜ : ଦଫ୍ରାଇଡ଼ ଅଫ ଇଣ୍ଡିଆ’ରେ ମଧ୍ୟ ନଜର ଆସିବେ ନୋରା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0