ଚର୍ଚ୍ଚାରେ ରହୁଥିବା ବଲିଉଡ଼ ଅଭିନେତ୍ରୀ ସନ୍ନୀ ଲିଓନୀଙ୍କ ଉପରେ ଆସିଛି ସାଂଘାତିକ ଅଭିଯୋଗ । ସନ୍ନିଙ୍କ ନାଁରେ ଲାଗିଛି ଠକାମିର ଅଭିଯୋଗ । ଜଣେ ବ୍ୟକ୍ତି ସନ୍ନିଙ୍କ ନାଁରେ ୨୯ଲକ୍ଷ ଟଙ୍କାର ଠକେଇ କରିଥିବା ଅଭିଯୋଗ ଆଣିଛନ୍ତି । ପେରୁ ମବରୁରରେ ରହୁୂଥିବା ଆର ଶ୍ରେୟସ ନାମକ ଜଣେ ବ୍ୟକ୍ତି ଏଭଳି ଅଭିଯୋଗ ଆଣିଛନ୍ତି । ଶ୍ରେୟସ ସନ୍ନିଙ୍କୁ ଦୁଇଟି ଇଭେଣ୍ଟପାଇଁ ଏହି ଟଙ୍କା ଦେଇଥିଲେ । କିନ୍ତୁ ସେ ଏହି ଇଭେଣ୍ଟକୁ ଆସିବାକୁ ମନା କରିବାସହ ଟଙ୍କା ମଧ୍ୟ ଫେରାଇନଥିଲେ । ତେବେ ଘଟଣା ସାମ୍ନାକୁ ଆସିବା ପରେ କ୍ରାଇମ ବ୍ରାଞ୍ଚ ସନ୍ନିଙ୍କୁ ପଚରା ଉଚରା କରୁଛି । ଅନ୍ୟପ୍ଣଙ୍କ ସନ୍ନି କହିଛନ୍ତି କରୋନା ମହାମାରୀ ଯୋଗୁଁ ସେ କିଛି ଇଭେଣ୍ଟର ଭାଗିଦାରୀ ହୋଇନଥିଲେ । ସେ ଆହୁରୀ ମଧ୍ୟ କହିଛନ୍ତି ଆୟୋଜକମାନେ ଏହି ସୋକୁ ପାଞ୍ଚଥର ବାତିଲ କରିଛନ୍ତି ଏବଂ କାର୍ଯ୍ୟସୁଚୀ ଅନୁଯାୟୀ ସୋ ସ୍ଥିର କରାଯାଇନାହିଁ । ଏବେ ବି ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥାବର୍ତ୍ତା ଜାରି ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0