ଭୁବନେଶ୍ୱର : ଦିନକୁ ଦିନବସ୍ତିରେ କରୋନା ଜନିତ ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି କତ୍ତୃପକ୍ଷ ଭୁବନେଶ୍ୱର ନୟାପଲ୍ଲୀର ତ୍ରିନାଥ ବସ୍ତିକୁ ସିଲକୁ ସିଲ୍ କରାଯାଇଛି । ବସ୍ତି ବାସିନ୍ଦା କିପରି ବାହାରକୁ ନଯାଇପାରିବେ ବା ବାହାରୁ ଯେମିତି କୌଣସି ବ୍ୟକ୍ତି ବସ୍ତି ଭିତରକୁ ପ୍ରବେଶ କରିନପାରିବେ ସେନେଇ ବିଏମସି ପକ୍ଷରୁ ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି । ଏହା ସହ ବସ୍ତି ଚାରି ପାଖରେ ବାଉଁଶ ବାଡ ଘେରି ମଧ୍ୟ କରାଯାଇଛି ।
ସୂଚନା ଦେବା ଯୋଗ୍ୟକି, । ଏହା ପୂର୍ବରୁ ଭୁବନେଶ୍ୱର ନୟାପଲ୍ଲୀ ଅଂଚଳର ଅନ୍ୟ କେତେକ ବସ୍ତିକୁ ମଧ୍ୟ ବିଏମ୍ସି ତରଫରୁ ସିଲ କରାଯାଇଥିଲା । ଗୋଟେ ପଟେ ବସ୍ତିରେ କଟକଣା କଡ଼ା କରାଯାଇଥିବା ବେଳେ ବସ୍ତି ବାସିନ୍ଦା କିନ୍ତୁ ନିୟମ ମାନୁନଥିବା ଦେଖାଦେଉଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0