ଫେବୃଆରୀ ୧୩ରେ ଉତ୍ତରପ୍ରଦେଶରେ ‘ମହିଳା ଘେରା’ ଆନ୍ଦୋଳନ କରିବେ ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାଜ୍ୟର ସମସ୍ତ ମହିଳାଙ୍କ ସହାୟତା ଲୋଡ଼ିଛନ୍ତି ଯାଦବ । ଏହା ଦ୍ୱାରା ମହିଳା ସଶକ୍ତିକରଣ ହୋଇପାରିବ ବୋଲି ସେ ଟ୍ୱିଟ କରି କହିଛନ୍ତି । ଫେବୃଆରୀ ୧୩ରେ ସରୋଜିନୀ ନାଇଡ଼ୁଙ୍କ ଜୟନ୍ତି ଅବସରରେ ରାଷ୍ଟୀୟ ମହିଳା ଦିବସରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସଭିଏଁ ଯୋଗଦେବାକୁ ସେ ଅନୁରୋଧ କରିଛନ୍ତି । ଏଥି ସହିତ ଅଖିଳେଶ ମହିଳାଙ୍କ ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସମାଲୋଚନା କରିଛନ୍ତି ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 0