କେନ୍ଦୁଝର : BJP କର୍ମକର୍ତ୍ତାଙ୍କ ବନ୍ଧୁମିଳନରେ ଏକତ୍ରୀତ ହେବାକୁ ବିଧାୟକଙ୍କୁ ବିରୋଧ । କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କୁ ଏହି ବିରୋଧ କରାଯାଇଛି । ବିଧାୟକ ଶ୍ରୀ ମାଝି ଏକଛତ୍ରବାଦ ଓ ବିଜେଡ଼ି ନେତାଙ୍କ ଭିତିରି ବୁଝାମଣା ବ୍ୟବସାୟରେ ଲିପ୍ତ ରହିବା ଆଦି ଘଟଣା ନେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ବନ୍ଧୁ ମିଳନରେ ଏକତ୍ରିତ ହେବାକୁ ବିରୋଧ କରାଯାଇଛି । କେନ୍ଦୁଝର ନଗରର ବିଜେପି କାର୍ଯ୍ୟକର୍ତ୍ତା ଙ୍କ ପୁରୁଣା ବଜାର ସ୍ଥିତ ଲକ୍ଷ୍ମୀ ନାରାୟଣ କଲେଜ ପଡ଼ିଆରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ସହର ବିଧାୟକ ମୋହନ ମାଝିଙ୍କୁ ସାମିଲ ହେବା ପାଇଁ ବିରୋଧ କରାଯାଇଛି । ବିଧାୟକ ମୋହନ ମାଝି କାର୍ଯ୍ୟକର୍ତାଙ୍କ ଅକ୍ଳାନ୍ତ ପରିଶ୍ରମ ବଳରେ ବିଜୟୀ ହୋଇଥିଲେ । କିନ୍ତୁ ଜିତିବା ପରେ କାର୍ଯ୍ୟକର୍ତ୍ତାଙ୍କୁ ଅବହେଳା କରିବା ସହିତ ବିଜେଡ଼ି ଦଳର କର୍ମୀ ଓ ନେତାଙ୍କ ସହ ମିଶି ତାଙ୍କୁ ସମର୍ଥନ କରୁଥିବାରୁ ଏହାକୁ ବିରୋଧ କରି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ବିଧାୟକଙ୍କ ମନମୁଖି କାର୍ଯ୍ୟକୁ ନାପସନ୍ଦ କରାଯାଇଥିଲା । ବିଧାୟକଙ୍କ ଏପରି ଅବହେଳା ଯୋଗୁଁ ତୀବ୍ର ନିନ୍ଦା କରିଛନ୍ତି ବିଜେପି କର୍ମକର୍ତ୍ତା ମାନେ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0