ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ମୁଖ୍ୟମନ୍ତ୍ରୀ ପହଞ୍ଚି ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି। ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଜନ୍ମ ତିଥି ଅବସରରେ ମୁଖ୍ୟମନ୍ତ୍ରୀ ରମାଦେବୀ ବିଶ୍ୱବିଦ୍ୟାଳୟ ଗସ୍ତ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ଉପସ୍ଥିତ ଥିଲେ।
ବିଶ୍ୱବିଦ୍ୟାଳୟ ପରିସରରେ ଦୁଇଟି ପ୍ରଶାସନିକ ଭବନ, କୁନ୍ତଳା କୁମାରୀ ସାବତ ସ୍ମାରକୀ ବିଶ୍ବସ୍ତରୀୟ ଗ୍ରନ୍ଥାଗାର ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ବେଷା ଛାତ୍ରୀନିବାସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ପରିସ୍ଥିତି ପରେ ପ୍ରଥମ ଥର ସେ ଛାତ୍ରୀଛାତ୍ରୀଙ୍କୁ ଭେଟିଛନ୍ତି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ। ଏହି ଅବସରରେ ବିଶ୍ବ ବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ବିଧାୟକ ଉପସ୍ଥିତ ଥିଲେ।



Visitors Today : 1
Total Visitors : 130433
Total Views : 9891964
Visitors Online Now : 0