ଜଟଣୀ: ସରକାରଙ୍କ ଗାଇଡ଼ଲାଇନ ଅନୁସାରେ ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ନବମ ଶ୍ରେଣୀ ପାଠପଢା । ଉଭୟ ସରକାରୀ ଏବଂ ବେସରକାରୀ ସ୍ମୁଲରେ ପାଢପଢା ଆରମ୍ଭ ହୋଇଛି । ସେହିପରି ଜଟଣୀର ପ୍ରାଣନାଥ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସହ ବେସରକାରୀ ସ୍କୁଲ ଓ ସରସ୍ୱତୀ ଶିଶୁ ମନ୍ଦିରରେ ସମସ୍ତ ଛାତ୍ରଛାତ୍ରୀ କୋଭିଡ଼ ଗାଇଡ଼ ଲାଇନ ଅନୁସାରେ ପାଠପଢା ଆରମ୍ଭ କରିଛନ୍ତି । ସ୍କୁଲରେ ପିଲାଙ୍କୁ ସାନିଟାଇଜ କରାଯାଇ ମାକ୍ସ ପିନ୍ଧାଯାଇଛି । ଏହାସହ ଛାତ୍ରଛାତ୍ରୀମାନଙ୍କୁ ଦୂରତା ରକ୍ଷା କରାଯିବା ପାଇଁ କୁହାଯାଇଛି । ସ୍କୁଲ ଖୋଲିବା ପରେ ନବମ ଶ୍ରେଣୀ ସମସ୍ତ ଛାତ୍ରଚାତ୍ରୀ ମାନଙ୍କ ମଧ୍ୟରେ ପାଠପଢା ପାଇଁ ଉସôୁକତା ଦେଖାଯାଇଛି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0