ଭଦ୍ରକ :ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ଭଦ୍ରକ ଜିଲ୍ଲାର ଜଣେ ଯୁବକ ନିଖୋଜ ଥିବା ଜଣାପଡିଛି । ନିଖୋଜ ଯୁବକ ଜଣଙ୍କ ହେଉଛନ୍ତି ବାଂଶଡା ଥାନା ଅନ୍ତର୍ଗତ ଯଶୀପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ କୁଦକାନ୍ଥି ଗ୍ରାମର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସ । ତାଙ୍କ ବୟସ ୨୫ ବର୍ଷ୨୦୨୦ ନଭେମ୍ବର ୫ ତାରିଖଠାରୁ ଉତ୍ତରାଖଣ୍ଡଠାରେ ଥିବା ରୁଷିଗଙ୍ଗା ପାଓ୍ବାର ପ୍ରକଳ୍ପ ଅଧିନସ୍ଥ ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରି ଆସୁଥିଲେ ନାଗାର୍ଜୁନ । ରବିବାର ସେଠାରେ ହୋଇଥିବା ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ଥିବା ବେଳେ ନାଗାର୍ଜୁନ ମଧ୍ୟ ନିଖୋଜ ହୋଇଥିବା ଜାଜଣାପଡିଛି । ନାଗାର୍ଜୁନଙ୍କ ସ୍ତ୍ରୀ ଲିପୁସ୍ମିତା ଫୋନ୍ ଯୋଗେ ତପୋବନ ରେଣୀ ବ୍ୟାରେଜ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ସେମାନେ କହିଥିଲେ ଯେ, ନନ୍ଦାଦେବୀ ହିମଖଣ୍ଡର ସ୍ଖଳନ ଯୋଗୁଁ ଅଳକାନନ୍ଦା ଓ ଧଉଳିଗଙ୍ଗା ନଦୀରେ ଆକସ୍ମିକ ବନ୍ୟା ଆସିଥିଲା । ଫଳରେ ବହୁ ଶ୍ରମିକ ନିଖୋଜ ହୋଇଯାଇଛନ୍ତି। ନାଗାର୍ଜୁନଙ୍କ ବିଷୟରେ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ଖବର ନଥିବା ବେଳେ ତାଙ୍କ ପରିବାର ଲୋକ ତାଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି। ଉତ୍ତରାଖଣ୍ଡ ସରକାର ଜାରି କରିଥିବା ହେଲପଲାଇନ ନଂରେ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ତାଙ୍କ ନିକଟରେ ଭାସିଯାଇଥିବା ଅଥବା ପ୍ରାଣ ହରାଇଥିବା ସମସ୍ତ ଶ୍ରମିକଙ୍କ ଖବର ନାହଁ ଖୁବ୍ ଶୀଘ୍ର ସେମାନଙ୍କୁ ଠାବ କରାଯାଇ ତାଙ୍କ ରାଜ୍ୟ ସରକାରଙ୍କୁ ଅବଗତି ନିମନ୍ତେ ଜଣାଇ ଦିଆଯିବ ବୋଲି କହିଥିଲେ । ନାଗାର୍ଜୁନଙ୍କ ୨ ମାସର ଶିଶୁ ପୁତ୍ରଙ୍କ ସହ ତାଙ୍କ ବାପା, ମା ମଧ୍ୟ ପୁଅର ଫେରିବା ବାଟକୁ ଅନାଇ ବସିଛନ୍ତି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0