spot_img

ପୁରୀ ବଡ ଦାଣ୍ଡ ମରିଚିକୋଟରୁ ଶ୍ରୀ ମନ୍ଦିର ଯାଏଁ ହଟିଲା ବ୍ୟାରିକେଡ

ପୁରୀ : ହଟିଲା ଅସ୍ଥାୟୀ ବ୍ୟାରିକେଡ଼ । ମରିଚିକୋଟ ଛକ ଠାରୁ ଶ୍ରୀମନ୍ଦିର କାର୍ୟ୍ୟାଳୟ ପର୍ୟ୍ୟନ୍ତ ଅସ୍ଥାୟୀର ବ୍ୟାରିକେଡ଼କୁ ହଟାଇଲା ପ୍ରଶାସନ । ଏବେ ଭକ୍ତମାନେ ପରମାନେଟ ବ୍ୟାରିକେଡ଼ରେ ଶ୍ରୀମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପୂର୍ବଭଳି ଚପଲ ଷ୍ଟାଣ୍ଡରେ ନିଜର ଚପଲ ଏବଂ ଜୋତା ରଖିବା ପରେ ଧାଡ଼ିରେ ଯାଇ ଦର୍ଶନ କରିପାରିବେ ।ପୂର୍ବରୁ ମାର୍କେଟ ଛକ ଠାରୁ ଥିବା ବ୍ୟାରିକେଡ଼କୁ ପ୍ରଥମେ ହଟାଇ ଦିଆଯାଇଥିଲା । ଏବେ ଯେହେତୁ ସାଧାରଣ ଦର୍ଶନ ବ୍ୟବସ୍ଥା ହେଲାଣି ତେଣୁ ଲୋକଙ୍କ ସୁବିଧା ପାଇଁ ବ୍ୟାରିକେଡ଼ ହଟାଇ ଦିଆଯାଇଛି । ଆଗକୁ ସରସ୍ୱତୀ ପୂଜା । ଏଥିପାଇଁ ନୟାଗଡ଼ ବନଖଣ୍ଡରୁ ରଥକାଠ ଆସିଥାଏ । ତେଣୁ ଏହି ବ୍ୟାରିକେଡ଼କୁ ହଟାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular