ନବରଙ୍ଗପୁର: ନବରଙ୍ଗପୁର ଉପ କାରାଗାରରେ ଜଣେ ବିଚାରାଧୀନ ଜଣେ କଏଦୀର ମୃତ୍ୟୁ ହୋଇଥିବାର ଖବର ମିଳିଛି। ଗତକାଲି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଏଦୀଙ୍କୁ ଭର୍ତ୍ତି କରାଯାଇଥିଲା। ମୃତ କଏଦୀ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଦଶାପାଇ ଗୁଡ଼ା ଗାଁର ରାମଧର ଭତରା। ସେ ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ଗତ ଜାନୁଆରି ମାସ ୨୨ ତାରିଖ ଦିନ ନବରଙ୍ଗପୁର ଉପ କାରାଗାରରେ ବିଚାରାଧୀନ କଏଦୀ ଭାବରେ ଜେଲ୍ ଯାଇଥିଲା। ଜେଲରେ ଥିବା ସମୟ ତାକୁ ଝାଡ଼ା ହେଉଥିଲା ଏବଂ ତାକୁ ଗତକାଲି ସକାଳେ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ରାତିରେ ତାର ଚିକିତ୍ସାଧୀନ ଅବସ୍ଥାରେ ମୁତ୍ୟୁ ହୋଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0