ଜଗତପୁର : ଜଗତପୁର ଶିଳ୍ପାଞ୍ଚଳରେ ନକଲି ଅପମିଶ୍ରିତ ଜବତ ସାମଗ୍ରୀକୁ ନଷ୍ଟ କରାଯିବା ପକ୍ରିୟା ଜାରି ରହିଛି । ଅପମିଶ୍ରଣକାରୀଙ୍କୁ ବିରୋଧରେ କମିଶନରେଟ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ । ବିଭିନ୍ନ ଅଞ୍ଚଳରେ ଚାଲିଥିବା ବେଆଇନ୍ କାରଖାନା ଉପରେ ପୋଲିସ ଚଢାଉ କରି ନକଲି ଅପମିଶ୍ରିତ କାରଖାନାକୁ ସିଜ୍ କରିଥିଲା । ନକଲି ଘିଅ, ସସ୍, ହଳଦୀ ଓ ଲଙ୍କା ଗୁଣ୍ଡ ଏବଂ ଗୁଟ୍କା ଭଳି ବେଆଇନ୍ କାରଖାନାରେ ଚଢାଉ ହୋଇଥିଲା । ଏହି ଚଢାଉ ସମୟରେ ନକଲି ଅପମିଶ୍ରିତ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା । ତେବେ ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶ ପରେ ଜବତ ସମାଗ୍ରୀକୁ ଆଜି ନଷ୍ଟ କରି ମାଟିରେ ପୋତାଯିବାର ସୂଚନା ରହିଛି ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0