ନୂଆଦିଲ୍ଲୀ: କୋଇଲା ରୟାଲିଟ ପ୍ରସଙ୍ଗରେ ରାଜ୍ୟସଭାରେ ପ୍ରଶ୍ନ ଉଠାଇଲେ ସାଂସଦ ସସ୍ମିତ ପାତ୍ର । କୋଇଲା ରୟାଲିଟି ପୁନଃସମୀକ୍ଷା ପାଇଁ କେନ୍ଦ୍ର ସରକାର କ’ଣ ପଦକ୍ଷେପ ନେଇଛନ୍ତି ଏବଂ ଓଡ଼ିଶା ଭଳି ରାଜ୍ୟର କୋଇଲା ରୟାଲିଟି ବୃଦ୍ଧି ପାଇଁ କେନ୍ଦ୍ର ସରକାର କେଉଁଭଳି ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ । ସେପଟେ ସସ୍ମିତଙ୍କ ପ୍ରଶ୍ନର ଲିଖିତ ଉତ୍ତର ଜାରି କରିଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । କେନ୍ଦ୍ର ଖଣିମନ୍ତ୍ରୀ ଉତ୍ତର ରଖି କହିଛନ୍ତି, ୧୯୫୭ ଖଣି ଓ ଖଣିଜ ଆଇନ ଧାରା ୯(୩) ଅନୁସାରେ କେନ୍ଦ୍ର ସରକାର ସରକାରୀ ଗ୍ୟାଜେଟରେ ବିଜ୍ଞପ୍ତି ଜରିଆରେ ଦ୍ୱିତୀୟ ସେଡ୍ୟୁଲର ସଂସୋଧନ କରିପାରିବେ । ଯାହାଦ୍ୱାରା ଯେକୌଣସି ଖଣିଜ ପଦାର୍ଥର ରୟାଲିଟି ବୃଦ୍ଧି କିମ୍ବା ହ୍ରାସ କରିପାରିବେ । ଆଇନରେ ପ୍ରତି ତିନିବର୍ଷରେ ଖଣିଜ ପଦାର୍ଥର ରୟାଲିଟି ବୃଦ୍ଧି କରିବା ବାଧ୍ୟତାମୁଳକ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର ।



Visitors Today : 6
Total Visitors : 130181
Total Views : 9891632
Visitors Online Now : 0