ଭୁବନେଶ୍ୱର: ଫେବ୍ରୁଆରି ମାସ ଆରମ୍ଭରୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବା ଶୀତ ଲହରୀ ଅବ୍ୟାହତ ରହିଛି। ଫଳରେ ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଉତ୍ତର, ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକ ଠାରୁ ଆରମ୍ଭ କରି ପଶ୍ଚିମ ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲାରେ ପାରଦ ୧୦ ଡିଗ୍ରି ତଳକୁ ଖସି ଯାଇଛି। ଏବଂ ରାତ୍ରିର ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୨.୫ ଡିଗ୍ରି ମାଲକାନଗିରି ଠାରେ ଓ ସବିନିମ୍ନ ତାପମାତ୍ରା ୬ ଡିଗ୍ରି ଫୁଲବାଣୀ ଠାରେ ରେକର୍ଡ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆସନ୍ତା ପାଞ୍ଚ ଦିନ ପାଇଁ ଓଡିଶାର ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ତେବେ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ ଟି ଜିଲ୍ଲାରେ ପ୍ରବଳ ଶୀତ ଲହରୀ ପ୍ରବାହିତ ହେବା ସହ ଘନ କୁହୁଡ଼ି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0