spot_img

ବିବିସି ପୁରସ୍କାର ଦୌଡରେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ: ବିବିସି ପୁରସ୍କାର ଦୌଡରେ ଦୂତୀ ଚାନ୍ଦ । ଚଳିତବର୍ଷ ବିବିସି ‘ଇଣ୍ଡିଆନ ସ୍ପୋଟର୍ସ ଓମ୍ୟାନ ଅଫ୍ ଦି ଇୟର’ ପୁରସ୍କାର ପାଇଁ ୫ ଜଣଙ୍କ ନାମ ସୁପାରିସ କରାଯାଇଛି । ଏଥିମଧ୍ୟରେ ଏସିଆନ ଗେମ୍ସ ୧୦୦ ମିଟର ରୌପ୍ୟ ବିଜୟିନୀ ଓଡିଶାର ଦୂତୀ ଚାନ୍ଦଙ୍କ ନାମ ରହିଛି । ଅନ୍ୟମାନ ହେଲେ ଭାରତୀୟ ମହିଳା ହକି ଅଧିନାୟକ ରାଣୀ ରାମପାଲ, ଚେସ ତାରକା କୋନେରୁ ହମ୍ପି, ଶୁଟର ମନୁ ଭାକର । ବିସିସି ‘ଇଣ୍ଡିଆନ ସ୍ପୋଟର୍ସ ଓମ୍ୟାନ ଅଫ୍ ଦି ଇୟର ’ ଗତ ବର୍ଷ ଠାରୁ ଦିଆଯାଇ ଆସୁଛି । ୪୦ ଜଣିଆ ଜୁରି ପ୍ୟାନେଲ ଖୋଳାଳୀମାନଙ୍କ ନାମ ସୁପାରିସ କରିଛନ୍ତି । ପବ୍ଲିକ ଭୋଟିଂ ଦ୍ୱାରା ବିଜେତା ବଛା ହେବ । ପ୍ରଶଂସକମାନେ ସେମାନଙ୍କ ଫେଭରାଇଟ ଷ୍ଟାରଙ୍କ ସପକ୍ଷରେ ଭୋଟ ଦେଇପାରିବେ । ବିସିିସ ପକ୍ଷରୁ ଏଥିଲାଗି ୬ଟି ଭାଷାର ପ୍ଲାଟଫର୍ମ ବ୍ୟବସ୍ଥା କରାଯାଇଛି । ଫେବୃଆରୀ ୨୪ ପର୍ଯ୍ୟନ୍ତ ଭୋଟିଂ ଚାଲିବ । ଅନ୍ତର୍ଜାତୀୟ ମହିଳା ଦିବସ ମର୍ଚ୍ଚ ୮ରେ ବିଜେତାଙ୍କ ନାମ ଗୋଷଣା କରାଯିବ । ଆୟୋଜକକରଣ ଏଥର ‘ ଇମର୍ଜିଂ ପ୍ଲେୟର ଅଫ ଦି ଇୟର’ ଏକ ନୂଆ କାଟେଗୋରି ପ୍ରଚଳନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular