ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ଆଜି ରାଜ୍ୟସଭାରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଦାୟ ଅଭିଭାଷଣ ଦେବା ସମୟରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବି ଆଜାଦ ଭାବବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ବିଦାୟ ଦେଇ ରାଜ୍ୟସଭାରେ ଭାବପ୍ରବଣ ହୋଇ କାନ୍ଦି ପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ପରେ ଶେଷରେ ନିଜର ଅଭିଭାଷଣ ଦେବା ସମୟରେ ଗୁଲାମ ନବି ଆଜାଦ କାନ୍ଦି ପକାଇଥିବା ଦେଖାଯାଇଥିଲା। ବିଦାୟ ଭାଷଣରେ ସେ ଭାରତୀୟ ମୁସଲିମ ହୋଇଥିବାରୁ ଗର୍ବିତ ବୋଲି କହିଥିଲେ। ଯଦି କୌଣସି ମୁସଲମାନ ଦୁନିଆରେ ଗର୍ବ ଅନୁଭବ କରିବା ଉଚିତ, ତେବେ ସେମାନେ ହେଉଛନ୍ତି ଭାରତୀୟ ମୁସଲମାନ। ବର୍ଷ ବର୍ଷ ଧରି, ଆମେ ଦେଖିଛୁ କି ଆଫଗାନିସ୍ତାନ ଇରାକର ମୁସଲମାନ ଦେଶମାନେ କିପରି ଧ୍ୱଂସ ହେଉଛି। ସେଠାରେ କୌଣସି ହିନ୍ଦୁ କିମ୍ବା ଖ୍ରୀଷ୍ଟିଆନ ନାହାଁନ୍ତି। ସେମାନେ ନିଜ ମଧ୍ୟରେ ଲଢ଼ୁଛନ୍ତି। ହେଲେ ଭାରତରେ ସେଭଳି ସମସ୍ୟା ନାହିଁ। ଏଠି ସମସ୍ତେ ମିଳିମିଶି ରହୁଛନ୍ତି ବୋଲି କହିଥିଲେ ଗୁଲାମ ନବି ଆଜାଦ।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0