ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି । ମଙ୍ଗଳବାର ୧୭ ଜଣ ମନ୍ତ୍ରୀ ନୀତିଶଙ୍କ କ୍ୟାବିନେଟ ସାମିଲ ହୋଇଛନ୍ତି । ସେଥିମଧ୍ୟରେ ଭାଜପାର ୯ଜଣ, ଜେଡ଼ିୟୁର ୮ଜଣ ମନ୍ତ୍ରୀ ଅଛନ୍ତିି । ତେବେ ଏହି ଶପଥ ପାଠ ରାଜେନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ନୂଆ ମନ୍ତ୍ରୀଙ୍କୁ ମିଶାଇ ନୀତିଶଙ୍କ କ୍ୟାବିନେଟ ଏବେ ୩୦ରେ ପହଞ୍ଚିଛି । ପୂର୍ବରୁ ନୀତିଶ ୨୦୨୦ ନଭେମ୍ବର ୧୬ରେ ୧୪ଜଣ ମନ୍ତ୍ରୀଙ୍କ ସହ ଶପଥ ନେଇଥିଲେ । ପରେ ମନ୍ତ୍ରୀ ମୋୱାଲାଲ ଚୌଧୁରୀ ଇସ୍ତଫା ଦେଇଥିଲେ । ଭାଜପାର ୯ ଜଣଙ୍କ ମଧ୍ୟରେ ନୀତିନ ନବୀନ,ସମ୍ରାଟ ଚୌଧୁରୀ, ସୁଭାଷ ସିଂ,ନାରାୟଣ ପ୍ରସାଦ, ଆଲୋକ ରଞ୍ଚନ ଝା, ପ୍ରମୋଦ କୁମାର ଏବଂ ଜନକ ରାମ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଛନ୍ତି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0