କରୋନାକୁ ମାତ୍ ଦେବା ପାଇଁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ଏଯାଏ ଦେଶରେ ୬୦ ଲକ୍ଷରୁ ଅଧିକ ଲୋକ କରୋନା ଟିକାର ପ୍ରଥମ ଡୋଜ୍ ନେଇ ସାରିଲେଣି। ୧୩ ତାରିଖରୁ ଜାନୁଆରୀ ୧୬ରେ ଟିକା ନେଇଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ।ଏସବୁ ଭିତରେ ଭାରତ ସରକାର ଆଉ ୧୪.୫ ମିଲିୟନ କରୋନାର ଟିକାର ଡୋଜ୍ କିଣିବାକୁ ବହିନା ଦେଇଛନ୍ତି। ଏହା ମଧ୍ୟରୁ ୧୦ ମିଲିୟନ ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାର ୪.୫ ମିଲିୟନ ଡୋଜ୍ ଅଣାଯିବ। ଜାନୁଆରୀ ୩ରେ ଭାରତ ସରକାର ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ଅଗଷ୍ଟ ସୁଦ୍ଧା ୩୦୦ ମିଲିୟନ ଲୋକଙ୍କର ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଭାରତରେ ଟିକାକରଣ ପାଇଁ ସେରମ ପକ୍ଷରୁ ଭାରତ ସରକାରଙ୍କୁ ଏଯାଏ ୧୧ ମିଲିୟନ କୋଭିସିଲ୍ଡ ଟିକାର ଡୋଜ୍ ଦିଆଯାଇଥିଲା। ଏବେ ଆଉ ୧୦ ମିଲିୟନ ଡୋଜ୍ ନେବାକୁ ସରକାର ବହିନା ଦେଇଥିବା ସେରମ ମୁଖପାତ୍ର କହିଛନ୍ତି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0