ଆମେରିକା: ମିଆଁମାର ସାମରିକ ଶାସନ ବିରୋଧରେ ବୁଧବାର ଦିନ ରାଷ୍ଟ୍ରପତି ଜୋ ବାଇଡେଡ଼ ନୂଆ କଟକଣା ଜାରି କରିଛନ୍ତି। ସେନାବାହିନୀ ଏହି ଦକ୍ଷିଣଏସୀୟ ରାଷ୍ଟ୍ରର ଶାସନ କ୍ଷମତା ଅକ୍ତିଆର କରିବା ସହ ଦେଶର ପ୍ରକୃତ ନେତ୍ରୀ ଅଙ୍ଗ ସୁ ଚି ଏବଂ ଅନ୍ୟ ବରିଷ୍ଠ ରାଜନେତାଙ୍କୁ ବନ୍ଦୀ କରିଛି। ବାଇଡେନ କହିଛନ୍ତି ଯେ, ସେ ଜାରି କରିଥିବା ଆଦେଶ ଯୋଗୁଁ ମିଆଁମାରର ଜେନେରାଲମାନେ ଯୁକ୍ତରାଷ୍ଟ୍ର ଆମେରିକାରୁ ମିଳୁଥିବା ୧ ବିଲିୟନ୍ ଡଲାର ସମ୍ପଦର ଉପଯୋଗ କରିପାରିବେ ନାହିଁ। ସେମାନଙ୍କ ବିରୋଧରେ ଆହୁରି ଅଧିକ କଟକଣା ମଧ୍ୟ ଜାରି କରାଯିବ। ସେ କହିଛନ୍ତି, ଅକ୍ତିଆର କରିଥିବା ଶାସନ କ୍ଷମତା ପ୍ରତ୍ୟାହାର କରିବା ସହ ସେନା ବର୍ମାର ନାଗରିକମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରୁ। ସ୍ୱାସ୍ଥ୍ୟ ସେବା କାର୍ୟ୍ୟକ୍ରମ, ବେସାମରିକ ସାମାଜିକ ସଙ୍ଗଠନ ଏବଂ ସେ ଦେଶର ଜନତାଙ୍କୁ ଉପକୃତ କରୁଥିବା ଅନ୍ୟାନ୍ୟ କ୍ଷେତ୍ର ନିମନ୍ତେ ମିଳୁଥିବା ଆମେରିକୀୟ ସହାୟତା ସବୁକୁ ସ୍ଥଗିତ ରଖିବା ଲାଗି ବାଇଡେନ୍ ତାଙ୍କ ପ୍ରଶାସନକୁ ଆଦେଶ ଦେଇଛନ୍ତି। ବର୍ମାର ଜନତା ପ୍ରତିବାଦ କରୁଛନ୍ତି ଓ ବିଶ୍ୱବାସୀ ତାହା ଦେଖୁଛନ୍ତି ବୋଲି ମିଆଁମାରର ଅନ୍ୟ ଏକ ନାମ ଧରି ବାଇଡେନ୍ କହିଛନ୍ତି। ତେଣୁ, ଆମେ ଅତିରିକ୍ତ କଟକଣା ଜାରି କରିବାକୁ ପ୍ରସ୍ତୁତ ଏବଂ ଏହି ଉଦ୍ୟମରେ ସହଯୋଗ କରିବାକୁ ବିଶ୍ୱରେ ଥିବା ଆମର ମିତ୍ର ରାଷ୍ଟ୍ରମାନଙ୍କୁ ବି ଅନୁରୋଧ କରିବୁ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0