ଭୁବନେଶ୍ବର : ଭୁବନେଶ୍ୱର ଉପକଣ୍ଠରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା । ମାମଲାରେ ପୋଲିସକୁ ମିଳିଛି ଆଉ ଏକ ସଫଳତା । ଏଥିସହିତ ଚନ୍ଦକା ପୋଲିସ ହାତରେ ଧରାପଡିଛି ୨ଜଣ ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ଧରି ଘଟଣାସ୍ଥଳକୁ ନେଉଛି ପୋଲିସ । ସେପଟେ ମହିଳା ଜଣଙ୍କ ମଞ୍ଚେଶ୍ୱର ଥାନା ଅଞ୍ଚଳର ବୋଲି ଜଣାପଡିଛି । ହତ୍ୟା ପଛରେ ପରକୀୟା ପ୍ରିତି ଥିବା ସନ୍ଦେହ କରୁଛି ପୋଲିସ । ପରିଚୟ ଲୁଚାଇବା ପାଇଁ ହତ୍ୟାକାରୀ ମୁଣ୍ଡକୁ ଅନ୍ୟତ୍ର ଫିଙ୍ଗିଥିବା କୁହାଯାଉଛି । ଏନେଇ ଆଜି ପ୍ରେସମିଟରେ କମିଶନରେଟ୍ ପୋଲିସ ଖୁଲାସା କରିବ। ସପ୍ତାହ ତଳେ ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ ବୁଦାରୁ ମିଳିଥିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ । ମହିଳାଙ୍କ ପରିଚୟ ପାଇବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ଲଗାଇଥିଲା ପୋଲିସ । ପୋଷ୍ଟରରେ ମହିଳାଙ୍କ ଉଚ୍ଚତା, ବୟସ, ଡ୍ରେସ, ଟାଟୁର ଚିହ୍ନ ରହିଛି । ସେପଟେ ପଡୋଶୀ ରାଜ୍ୟ ବିହାର, ଝାଡ଼ଖଣ୍ଡ ସମେତ ଅନ୍ୟାନ ରାଜ୍ୟକୁ ମଧ୍ୟ ତଥ୍ୟ ପଠାଇଥିଲା ପୋଲିସ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0