ନୂଆଦିଲ୍ଲୀ: ଲଦାଖର ବିବାଦୀୟ ଅଂଚଳରୁ ଭାରତ ଓ ଚୀନ ଆରମ୍ଭ କରିଛନ୍ତି ସୈନ୍ୟ ପ୍ରତ୍ୟାହାର । ଦୀର୍ଘ ମାସ ଧରି ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସ୍ତରୀୟ ଆଲୋଚନା ପରେ ଦୁଇ ଦେଶ ମଧ୍ୟରେ ଥିବା ଫ୍ରିକ୍ସନ ପଏଂଟରୁ ସୈନ୍ୟ ଅପସାରଣ ନେଇ ସହମତ ହେବା ପରେ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି । ଗତ ବର୍ଷ ଜୁନ ମାସରେ ପୂର୍ବ ଲଦାଖର ବିବାଦୀୟ ପୋଙ୍ଗୋଙ୍ଗ ସୋ ଅଂଚଳରେ ଭାରତୀୟ ସୈନ୍ୟଙ୍କ ଉପରେ ଚୀନ ସେନା ଅତର୍କିତ ଆକ୍ରମଣ କରିଥିଲେ । ଏଥିରେ ୨୦ ଜଣ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ଅଧିକ ବଢିଥିଲା । ଲଦାଖର ଏଲଏସିକୁ ନେଇ ଯୁଦ୍ଧ ଭଳି ସ୍ଥିତି ଉପୁଜଥିଲା । ସ୍ଥିତି ଏମିତି ହୋଇଥିଲା ଯେ ଭାରତ ଓ ଚୀନ୍ ଏହାର ଆଗୁଆ ପୋଷ୍ଟ ଗୁଡିକରେ ଯୁଦ୍ଧାସ୍ତ୍ର ଠୁଳ କରିଥିଲେ । ବର୍ତମାନ ଦୁଇ ଦେଶ ମଧ୍ୟରେ ନବମ ପ୍ରତିରକ୍ଷା ମଣ୍ଡଳୀ ସ୍ତରୀୟ ଆଲୋଚନା ପରେ ସୈନ୍ୟ ଅପସାରଣ ନେଇ ସହମତି ମିଳିଛି । ପୋଙ୍ଗୋଙ୍ଗ ସୋ, ଉତର ଏବଂ ଦକ୍ଷିଣ ଅଂଶରୁ ଦୁଇ ଦେଶ ସୈନ୍ୟ ପ୍ରତ୍ୟାହାର ଆରମ୍ଭ କରିଛନ୍ତି । ତେବେ ଦୁଇ ଦେଶ ଏହି ନିୟମକୁ କେତେ ପାଳନ କରୁଛନ୍ତି ତାହା ଉପରେ ମଧ୍ୟ ନଜର ରଖାଯାଇଛି । ସଂପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଏକ ଦୀର୍ଘ କାଳିନ ପ୍ରକ୍ରିୟା । ସେଥିପାଇଁ ଏହି ପ୍ରାରମ୍ଭିକ ସୈନ୍ୟ ଅପସାରଣକୁ ଅଧିକ ଗୁରୁତର ସହ ବିଚାରକୁ ନେଇଛନ୍ତି ଭାରତ ଓ ଚୀନ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0