ବାଲେଶ୍ୱର: ଇଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡ । ଦେଶଦୋ୍ରହ ଅପରାଧରେ ଇଶ୍ୱରକୁ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହି କାରାଦଣ୍ଡର ରାୟ ଶୁଣାଇଛନ୍ତି ବାଲେଶ୍ୱର ଏଡ଼ିଜେ କୋର୍ଟ । ଇଶ୍ୱର ପାକିସ୍ତାନ ଗୁଇନ୍ଦା ସଂସ୍ଥା ସହ ଲିଙ୍କରେ ଥିବା ନେଇ ତାଙ୍କୁ ଗିରଫ କରାଯାଇଥିଲା । ଅନ୍ୟମାନଙ୍କ ସହ ଇଶ୍ୱର କଥା ହୋଇଥିବା ରେକଡ଼ି ମଧ୍ୟ ରହିଛି । ତେବେ ସେ ଡ଼ିଆରଡ଼ିଓରେ ଠିକା କ୍ୟାମେରାମ୍ୟାନ ଭାବେ କାର୍ଯ୍ୟରତ ଥିଲେ ।ତାଙ୍କ ନାଁରେ ଅନ୍ୟରାଷ୍ଟ୍ରକୁ ପ୍ରତିରକ୍ଷା ତଥ୍ୟ ଯୋଗାଇବା ଅଭିଯୋଗ ଥିଲା । ପୁର୍ବରୁ ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ଦେଇ ଗିରଫ ହୋଇଥିଲେ ଇଶ୍ୱର । ତେବେ ୨୦୧୪ରେ ଇଶ୍ୱରକୁ ଗିରଫ କରାଯାଇଥିଲା ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0