ଭାରତରେ କରୋନା ବିପଦ ଧିରେଧିରେ ଟଳୁଛି । ଦେଶରେ କରୋନା ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି । ଆକ୍ଟିଭ୍ କେସ୍ ମଧ୍ୟ ହ୍ରାସ ପାଇଛି । ତେବେ ଗତ ସପ୍ତାହେ ହେଲା ୬୦୨ ଜିଲ୍ଲାରେ କରୋନା ଜନିତ ମୃତ୍ୟୁସଂଖ୍ୟା ଶୂନ ରହିଛି । ଦେଶର ୭୨୯ ଜିଲ୍ଲାର କରୋନା ସମ୍ବନ୍ଧରେ ତଥ୍ୟ ସଂଗ୍ରହ କରାଯାଇଥିଲା । ଏଥିରୁ ଜଣା ପଡିଥିଲା ଯେ, ୧୧୬ଟି ଜିଲ୍ଲାରେ ଗତ ୧ ସପ୍ତାହରେ ୧୦ରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇ ନାହାଁନ୍ତି । ଗୋଟିଏ ପଟେ ଦେଶରେ ଦେଢଲକ୍ଷରୁ ଅଧିକ ଆକ୍ରାନ୍ତ ପ୍ରାଣ ହରାଇଥିବା ବେଳେ ଏହି ତଥ୍ୟ ଆଶ୍ୱସ୍ତି ପ୍ରଦାନ କରିଛି । କିଛି ଜିଲ୍ଲାରେ କରୋନା ମାମଲା ବୃଦ୍ଧି ପାଇଛି । ମହାରାଷ୍ଟ୍ର ଓ କେରଳରେ ୧୦ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ମାମଲା ବୃଦ୍ଧି ପାଇଛି । ପୁଣେ, ତିରୁବନ୍ଦପୁରମ, କାଝିକୋଡି, ମୁମ୍ବାଇ, ନାଗପୁର, ଯବତମାଲ, କୋଲ୍ଲମ ଓ ବେଙ୍ଗାଲୁରୁରେ ମୃତ୍ୟୁ ସଂଖ୍ୟା ବଢିଛି।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0