spot_img

ପରିବାରକୁ ଫେରିଲେ ମାଓନେତ୍ରୀ ରାମେ ମାଡ଼କାମି

ଜୟପୁର: ଆତ୍ମସମର୍ପଣ କରିଥିବା ମାଓନେତ୍ରୀ ରାମେ ମାଡ଼କାମିଙ୍କୁ ଆଜି ତାଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା କଥା କୋରାପୁଟ ପୁଲିସର ଏକ ପ୍ରେସ ରିଲିଜ୍ରୁ ଜଣାପଡ଼ିଛି। ପୂର୍ବରୁ ‘ଆର୍ କେ ପ୍ରୋଟେକ୍ସନ୍ ୟୁନିଟ୍’ରେ କାର୍ୟ୍ୟ କରୁଥିବା ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ କୁରୁବ ଗାଁର ସୁକ୍ରା ମାଡ଼କାମିଙ୍କ କନ୍ୟା ରାମେ ମାଡ଼କାମି ମାଓବାଦୀଙ୍କ ‘ପିଏଲଜିଏ’ ସପ୍ତାହ ପାଳନ ସମୟରେ ୨୦୨୦ ଡିସେମ୍ବର ୨ ତାରିଖ ଦିନ କୋରାପୁଟ ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଏହାପରେ କରାଯାଇଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଥିଲା ଯେ, ତାଙ୍କ ଦେହରେ ଗୁଳିଚୋଟ ଲାଗିଛି। ୨୦୨୦ରେ ଆନ୍ଧ୍ରପ୍ରଦେଶର ପେଡ଼ାବାଲ୍ଲ ଥାନା ଅଧୀନ ଲାଣ୍ଡୁଲୁ ଗାଁର ଜଙ୍ଗଲ ଅଞ୍ଚଳରରେ ହୋଇଥିବା ଗୁଳିବିନିମୟ ଘଟଣାରେ ଆହତ ହୋଇଥିଲେ। କିନ୍ତୁ, ସେ ଓଡ଼ିଶା କ୍ୟାଡର୍ର ହୋଇଥିବାରୁ ତାଙ୍କ ଦଳ ତାଙ୍କୁ କୌଣସି ଡାକ୍ତରୀ ଚିକିତ୍ସା ଯୋଗାଇ ଦେଇ ନ ଥିଲା। ସମ୍ପ୍ରତି ତାଙ୍କର ଉପଯୁକ୍ତ ଚିକିତ୍ସା ଲାଗି କୋରାପୁଟ ଜିଲ୍ଲା ପୁଲିସ ପଦକ୍ଷେପ ଗ୍ରହଣ କରିଛି। ଏହାଛଡ଼ା, ସେ ଆତ୍ମସମର୍ପଣ କରିଥିବାରୁ ଓଡ଼ିଶା ସରକାରଙ୍କ ଥଇଥାନ ଯୋଜନା ଅନୁଯାୟୀ ଜିଲ୍ଲା ପୁଲିସ ତାଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ମଧ୍ୟ ପଦକ୍ଷେପ ଗ୍ରହଣ କରୁଛି। ଘର ତିଆରି, ପାଠପଢ଼ା ଏବଂ ନିଜର ଇଚ୍ଛାମତେ କୌଣସି ଧନ୍ଦାମୂଳକ ବିଷୟରେ ତାଲିମ ନେବା ପାଇଁ ବି ସେ ଆର୍ଥିକ ସହାୟତା ପାଇବେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular