spot_img

ଗୁଗୁଲ ସିଇଓଙ୍କ ସମେତ ୧୮ ଜଣଙ୍କ ନାମରେ ଭେଲୁପୁରରେ ମାମଲା ରୁଜୁ

ବାରାଣସୀ: ବାରାଣସୀ ଭେଲୁପୁର ପୁଲିସ ଷ୍ଟେସନରେ ଗୁଗୁଲ ସିଇଓ ସୁନ୍ଦର ପଞ୍ଚାଇଙ୍କ ସମେତ ୧୮ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି । ତେବେ ଆଇଟି ଆକ୍ଟ ଅବମାନନା ଏବଂ ଷଡଯନ୍ତ୍ର ପାଇଁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହି ମାମଲା ଫେବୃଆରୀ ୬ରେ କୋର୍ଟଙ୍କ ନିଦେ୍ର୍ଦଶ ପରେ ପଞ୍ଜିକୃତ ହୋଇଛି । ବାରାଣସୀର ଗୌରିଗଞ୍ଜ ଅଞ୍ଚଳରେ ରହୁଥିବା ଗିରିଜା ଶଙ୍କର ଏହି ଏଫଆଇଆର ଦାଖଲ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ଭିଡିଓ ତାଙ୍କ ହ୍ୱାଟ୍ସଆପ ଗ୍ରୁପରେ ଆସିଥିଲା । ଗିରିଜା ଶଙ୍କର ଉକ୍ତ ନମ୍ବରକୁ କଲ କରି ଭିଡିଓ ଉପରେ ପ୍ରଶ୍ନ କରିଥିଲେ । ଯାହା ପରେ ୟୁଟୁ୍ୟବରରେ ଏକ ଭିଡିଓ ଦେଖାଯାଇଥିଲା । ଗିରିଜା ଶଙ୍କରଙ୍କ ମୋବାଇଲ ନମ୍ବର ଏଥିରେ ରଖାଯାଇଥିବା ଅଭିଯୋଗ ଆସିଥିଲା । ଏହା ପରେ ତାଙ୍କୁ ବାରମ୍ବାର ମୋବାଇଲ ଫୋନରେ ତାଙ୍କୁ ହତ୍ୟା କରିବାର ଧମକ ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular