ତୈଳ ଦରବୃଦ୍ଧି ପ୍ରତିବାଦରେ ହାଟଡିହି ଅଞ୍ଚଳର କଂଗ୍ରେସ୍ ଦଳ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା । ପ୍ରଥମେ ହାଟଡିହି ବ୍ଲକ୍ ଛକ ଠାରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ହାଟଡିହି ବ୍ଲକ୍, ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ସହ ହାଟଡିହି ତହସିଲ କାର୍ୟ୍ୟାଳୟ ଏବଂ ହାଟଡିହି କୋର୍ଟ ଆଦିକୁ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ କରାଯାଇଥିଲା । ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପଡୁଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ବିଭିନ୍ନ ସାମଗ୍ରୀର ଦର ମଧ୍ୟ ବୃଦ୍ଧି ପାଉଛି । ଯାହା ଉଭୟ ମଧ୍ୟବିତ ଓ ଗରିବ ଲୋକଙ୍କ ପାଇଁ ଅସହ୍ୟ ହୋଇ ପଡିଛି । ପ୍ରତିବାଦରେ କଂଗ୍ରେସର ବରିଷ୍ଠ କର୍ମୀ ରବିନ୍ଦ୍ର ମହାପାତ୍ର ଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ଥିଲେ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0